Categories: ଜାତୀୟ

ଯଦି ପସନ୍ଦ ନୁହେଁ ତେବେ ଦେଖନାହିଁ, ରିମୋଟ ଆପଣଙ୍କ ହାତରେ ଅଛି: ନ୍ୟୁଜ୍‌ ଚ୍ୟାନେଲଗୁଡିକୁ ନିୟନ୍ତ୍ରଣ କରିବା ପିଟିଶନ ଉପରେ ଏସ୍‌ସିଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୯।୮: ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା ଯେଉଁଥିରେ ଦର୍ଶାଯାଇଛି ଯେ, ଏଥିରେ ଦର୍ଶାଯାଉଥିବା ବିଷୟବସ୍ତୁ ଅତ୍ୟନ୍ତ ବିପଜ୍ଜନକ, ତେଣୁ ଏହା ଉପରେ କଡା ନିୟମ କରିବାର ଆବଶ୍ୟକତା ରହିଛି। ତେବେ ସୁପ୍ରିମକୋର୍ଟ ଏଭଳି ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ କଠୋର ମନ୍ତବ୍ୟ ଦେଇଛନ୍ତି ଏବଂ ଦର୍ଶକମାନଙ୍କୁ ଏହି ଚ୍ୟାନେଲଗୁଡିକ ଦେଖିବେ କି ନାହିଁ ତାହା ବାଛିବା ପାଇଁ ସ୍ବାଧୀନତା ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ଅଭୟ ଓକାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ଆବେଦନ ସମ୍ପର୍କରେ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟକୁ ସମସ୍ତ ମାମଲା ଆଣିବା ଉପରେ ବେଞ୍ଚ ଅସନ୍ତୋଷ ବ୍ୟକ୍ତ କରି ଆବେଦନକାରୀଙ୍କୁ ପଚାରିଛନ୍ତି ଯେ, ସେମାନେ କାହିଁକି ପ୍ରଥମେ ହାଇକୋର୍ଟକୁ ଯାଇନାହାଁନ୍ତି? ସୁପ୍ରିମକୋର୍ଟ କହିଛନ୍ତି, ଯଦି ଆପଣ ଏହି ନ୍ୟୁଜ୍‌ ଚ୍ୟାନେଲଗୁଡିକ ପସନ୍ଦ ନୁହେଁ, ତେବେ ସେଗୁଡିକୁ ଦେଖନ୍ତୁ ନାହିଁ । ଟିଭି ବଟନ ଦବାଇବା ପାଇଁ ଆପଣଙ୍କର ସମ୍ପୂର୍ଣ୍ଣ ସ୍ବାଧୀନତା ଅଛି, ଆପଣ ଚାହିଁଲେ ଏହାକୁ ବନ୍ଦ କରିପାରିବେ।

Share