Categories: ଜାତୀୟ

ଶିବସେନାର ନିର୍ବାଚନୀ ଚିହ୍ନକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ଜୁଲାଇ ୩୧ରେ ହେବ ଶୁଣାଣି

ମୁମ୍ବାଇ,୧୦।୭: ଶିବସେନାର ନିର୍ବାଚନୀ ଚିହ୍ନ ସମ୍ବନ୍ଧରେ ଉଦ୍ଧବ ଦଳ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଜୁଲାଇ ୩୧ରେ ଶୁଣାଣି କରିବେ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଉଦ୍ଧବ ଦଳ ଚ୍ୟାଲେଞ୍ଜ କରିଛନ୍ତି। ନିର୍ବାଚନ ଆୟୋଗ ଶିନ୍ଦେ ଦଳକୁ ଧନୁ-ତୀର ନିର୍ବାଚନ ଚିହ୍ନ ପ୍ରଦାନ କରିଥିଲେ। ଯାହାକୁ ନେଇ ଠାକରେ ଦଳ ଦ୍ୱାରା ଚ୍ୟାଲେଞ୍ଜ କରାଯାଇଥିଲା।

ମାର୍ଚ୍ଚ ୧୫ ରେ ଶିବସେନା ନିର୍ବାଚନୀ ଚିହ୍ନ ମାମଲାରେ ନିର୍ବାଚନ ଆୟୋଗ ଏସ୍‌ସିରେ ଏକ ଆଫିଡେଭିଟ ଦାଖଲ କରିଥିଲେ। ଏକନାଥ ଶିନ୍ଦେ ଦଳକୁ ନିର୍ବାଚନୀ ଚିହ୍ନ ଦେବା ନିଷ୍ପତ୍ତିକୁ ନେଇ କୋର୍ଟକୁ କହିଥିଲେ ଯେ, ଏକନାଥ ଶିନ୍ଦେଙ୍କୁ ନିର୍ବାଚନୀ ଚିହ୍ନ ଦେବା ନିଷ୍ପତ୍ତି ସଠିକ୍‌ ଏବଂ କାରଣ ସହ ଦିଆଯାଇଛି।

Share