Categories: ଜାତୀୟ

ମଣିପୁର ହିଂସା ମୃତକଙ୍କ ଶେଷକୃତ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୧୧(ପି.ଟି.): ମଣିପୁର ଜାତିଆଣ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ଶବାଗାରରେ ପଡ଼ିରହିଥିବାରୁ ସେଗୁଡ଼ିକର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଶବାଗାରରେ ହିଂସାକାଣ୍ଡ ମୃତକଙ୍କ ମରଶରୀର ଏବେ ବି ପଡ଼ିରହିଥିବା ଅବସରପ୍ରାପ୍ତ ଜଷ୍ଟିସ୍‌ ଗୀତା ମିତ୍ତଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଦେଇଥିଲେ। ମୋଟ ୧୭୫ ମୃତଦେହ ମଧ୍ୟରୁ ୧୬୯ଟି ଚିହ୍ନଟ ହୋଇଥିବାବେଳେ ଅନ୍ୟ ୬ଟି ଚିହ୍ନଟ ହୋଇପାରି ନାହିଁ। ଚିହ୍ନଟ ମୃତଦେହ ମଧ୍ୟରୁ ୮୧ଟିକୁ ସେମାନଙ୍କ ପରିବାର ସଦସ୍ୟ ନେବା ପାଇଁ ଦାବି କରୁଥିବାବେଳେ ୮୮ଟିର କେହି ଦାବିଦାର ନାହାନ୍ତି। ମୃତଦେହଗୁଡ଼ିକୁ କବର ଦେବା ଲାଗି ରାଜ୍ୟ ସରକାର ୯ଟି ସ୍ଥାନ ଚିହ୍ନଟ କରିଛନ୍ତି। ମୃତଦେହଗୁଡ଼ିକୁ ଏତେଦିନ ପକାଇ ରଖିବା ଠିକ୍‌ ନୁହେଁ ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଥିଲେ।

Share