Categories: ଜାତୀୟ

ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୭।୨: ଭାରତୀୟ ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନରୁ ବାଦ୍‌ ଦିଆଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି। ସରକାର ଯଦି ଏ ଦିଗରେ ପଦକ୍ଷେପ ନ ନିଅନ୍ତି, ତେବେ ଅଦାଲତ ନେବେ ବୋଲି ଖଣ୍ଡପୀଠ କହିଥିଲେ। ପ୍ରିୟଙ୍କା ତ୍ୟାଗୀ ନାମ୍ନୀ ମହିଳା ଅଧିକାରୀଙ୍କ ଆବେଦନର ଶୁଣାଣି ଅବସରରେ ଜଷ୍ଟିସ୍‌ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନରେ ବିଳମ୍ବ ହେତୁ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସେମାନଙ୍କୁ ତଟରକ୍ଷୀ ବାହିନୀରେ ସ୍ଥୀୟୀ କମିଶନ ପ୍ରଦାନ କରାଯିବା ନେଇ ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

Share