Categories: ଜାତୀୟ

ସମସ୍ତ ମାମଲାରେ ମହମ୍ମଦ ଜୁବେରଙ୍କୁ ମିଳିଲା ମଧ୍ୟବର୍ତ୍ତି କାଳୀନ ଜାମିନ

ନୂଆଦିଲ୍ଲୀ,୨୦ ।୭: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି । ବୁଧବାର ସୁପ୍ରିମକୋର୍ଟ ସମସ୍ତ ମାମଲାରେ ଜୁବେରଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲରେ ରଖିବା ଠିକ ନୁହେଁ । ଉତ୍ତର ପ୍ରଦେଶରେ ପଞ୍ଜିକୃତ ହୋଇଥିବା ସମସ୍ତ ଏଫଆଇଆର ଗୁଡିକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ସ୍ଥାନାନ୍ତର କରିବାକୁ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ତାଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡିଛି ।

କୋର୍ଟ କହିଛନ୍ତି ଆବେଦନକାରୀ ଫ୍ୟାକ୍ଟ ଚେକିଂ ୱେବସାଇଟ ଅଲ୍ଟ ନ୍ୟୁଜ ସହିତ ଜଡିତ । ଏହା ଫେବୃୟାରୀ ୨୦୧୭ରେ ଆରମ୍ଭ ହୋଇଥିଲା, ୨୦ ଜୁନ ୨୦୨୨ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା । ଏଥିରେ ଆଇଫିସି ଧାରା ରହିବା ସହ ଏଫସିଆରଏ ମଧ୍ୟ ଯୋଗ ହୋଇଥିଲା । ଜୁନ ୨୨ରେ ତାଙ୍କୁ ଗିରଫ କରାଯାଇଥିଲା । ଜୁନ ୩୦ରେ ବେଙ୍ଗାଲୁରୁରେ ଥିବା ତାଙ୍କ ଘରେ ଖୋଳତାଡ କରାଯାଇଥିଲା ।

Share