Categories: ଜାତୀୟ

ଡିଓ୍ବାଇ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ହେବାର ୧ ମାସ ୭ ଦିନ ମଧ୍ୟରେ ୬,୮୪୪ ମାମଲାର ସମାଧାନ

ନୂଆଦିଲ୍ଲୀ,୨୦।୧୨: ଗତ ନଭେମ୍ବର ୯ରେ ଭାରତର ନୂତନ ପ୍ରଧାନ ବିଚାରପତି (ସିଜେଇ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ଦାୟିତ୍ୱ ଗ୍ରହଣ ପରଠାରୁ ସୁପ୍ରିମକୋର୍ଟର ୬,୮୪୪ ମାମଲାର ସମାଧାନ ହୋଇଛି। ଏହି ଅବଧି ମଧ୍ୟରେ, ପଞ୍ଜୀକୃତ ମାମଲା ତୁଳନାରେ ଏକ ହଜାରରୁ ଅଧିକ ମାମଲା ସମାଧାନ ହୋଇଛି। ନଭେମ୍ବର ୯ରୁ ଡିସେମ୍ବର ୧୬ ମଧ୍ୟରେ ୫,୮୯୮ ନୂତନ ମାମଲା ରୁଜୁ ହୋଇଥିବାବେଳେ ଏହାର ସମାଧାନ ମାମଲା ଅଧିକ।
ସୁପ୍ରିମକୋର୍ଟ ପ୍ରଶାସନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୯ କାର୍ଯ୍ୟ ଦିନରେ ସମାଧାନ ହୋଇଥିବା ମୋଟ ୬,୮୪୪ଟି ମାମଲା ମଧ୍ୟରୁ ୨୫୧୧ଟି ମାମଲା ଜାମିନ ଏବଂ ଟ୍ରାନ୍ସଫର ଆବେଦନ ସହିତ ଜଡିତ ଥିଲା। ନଭେମ୍ବର ୯ରୁ ଡିସେମ୍ବର ୧୬ ମଧ୍ୟରେ ସୁପ୍ରିମକୋର୍ଟ ୩୦୦ରୁ ଅଧିକ ମାମଲାର ସମାଧାନ କରିଥିଲେ।
ସିଜେଇ ପଦ ଗ୍ରହଣ କରିବା ପରଠାରୁ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଶୀଘ୍ର ଶୁଣାଣି ଏବଂ ସାମାଧାନ କରିବାର ବାର୍ତ୍ତା ଦେଇଥିଲେ।

Share