Categories: ଜାତୀୟ

ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସାର୍ବଜନୀନ କର ଜାତି ଭିତ୍ତିକ ଜନଗଣନା ସର୍ଭେ ବିବରଣୀ…

ନୂଆଦିଲ୍ଲୀ,୨।୧ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଜାତି ଭିତ୍ତିକ ସର୍ଭେ କରିଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିଶନ ଦାଖଲ କରାଯାଇଛି। ଏହି ଆବେଦନ ଶୁଣିବା ପରେ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ ଜାତି ସର୍ବେକ୍ଷଣର ତଥ୍ୟ ବିବରଣୀ ସାର୍ବଜନୀନ କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି, ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୯ ରେ ହେବ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ବିହାରରେ କରାଯାଇଥିବା ଜାତି ସର୍ବେକ୍ଷଣର ତଥ୍ୟ ଜନସାଧାରଣଙ୍କ ନିକଟରେ ଉପଲବ୍ଧ ନ ହେବା ନେଇ ସୁପ୍ରିମକୋର୍ଟ ଚିନ୍ତିତ। ଯଦି କେହି ଏକ ନିର୍ଦ୍ଦିଷ୍ଟ ସର୍ଭେ ଅନୁସନ୍ଧାନକୁ ଚ୍ୟାଲେଞ୍ଜ କରିବାକୁ ଚାହାନ୍ତି, ତେବେ ତାଙ୍କ ପାଖରେ ସର୍ଭେ ତଥ୍ୟ ଥିବା ଆବଶ୍ୟକ ।
ସୁପ୍ରିମକୋର୍ଟରେ ପାଟନା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ୨ ଅଗଷ୍ଟ ୨୦୨୩ରେ ହାଇକୋର୍ଟରେ ଦିଆଯାଇଥିବା ଆଦେଶରେ ବିହାର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରାଯାଇଥିଲା। ତେବେ ଜାତି ଭିତ୍ତିକ ସର୍ବେକ୍ଷଣର ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
ସୂଚନାଯୋଗ୍ୟ ଅକ୍ଟୋବର ୨୦୨୩ ରେ ବିହାର ସରକାରଙ୍କ ମୁଖ୍ୟ ସଚିବ ବିବେକ ସିଂ ଜାତି ସର୍ଭେ ରିପୋର୍ଟକୁ ଆଂଶିକ ପ୍ରକାଶ କରିଥିଲେ। ଏହି ଅନୁଯାୟୀ, ବିହାରରେ ସାଧାରଣ ବର୍ଗର ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ଅଟେ। ପଛୁଆ ବର୍ଗର ଜନସଂଖ୍ୟା ୨୭ ପ୍ରତିଶତରୁ ଅଧିକ ହୋଇଥିବାବେଳେ ଅନୁସୂଚିତ ଜାତିର ଜନସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଟେ। ସରକାର ୨୧୪ ଜାତିର ତଥ୍ୟ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ କିଛି ଜାତି ଅଛନ୍ତି ଯାହାଙ୍କର ମୋଟ ଜନସଂଖ୍ୟା ଶହେରୁ କମ।

୨୧୪ ଜାତି ସହିତ ଅନ୍ୟ ଜାତି ୨୧୫ ଜାତିଙ୍କର ତଥ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ଜନସଂଖ୍ୟା ହେଉଛି ୧୩,୦୭,୨୫,୩୧୦। ସର୍ବେକ୍ଷଣ କରାଯାଇଥିବା ପରିବାରର ମୋଟ ସଂଖ୍ୟା ହେଉଛି ୨,୮୩,୪୪,୧୦୭। ଏଥିରେ ମୋଟ ପୁରୁଷ ସଂଖ୍ୟା ଛଅ କୋଟି ୪୧ ଲକ୍ଷ ଏବଂ ମହିଳାଙ୍କ ସଂଖ୍ୟା ହେଉଛି ୬ କୋଟି ୧୧ଲକ୍ଷ । ରାଜ୍ୟରେ ୧୦୦୦ ପୁରୁଷଙ୍କ ପ୍ରତି ୯୫୩ ମହିଳା ଅଛନ୍ତି।

ବିହାରରେ ୮୧.୯୯ ପ୍ରତିଶତ ଅର୍ଥାତ ପ୍ରାୟ ୮୨ ହିନ୍ଦୁ ଅଛନ୍ତି। ଇସଲାମ ଧର୍ମର ଅନୁଗାମୀମାନଙ୍କ ସଂଖ୍ୟା ୧୭.୭ ପ୍ରତିଶତ । ଅବଶିଷ୍ଟ ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ କିମ୍ବା ଅନ୍ୟ ଧର୍ମର ଅନୁଗାମୀଙ୍କ ସଂଖ୍ୟା ୧ ପ୍ରତିଶତ ରୁ କମ ଅଟେ। ରାଜ୍ୟର ୨୧୪୬ ଲୋକ ସେମାନଙ୍କର ଧର୍ମ ଘୋଷଣା କରିନାହାନ୍ତି।
ଜାତି ସର୍ବେକ୍ଷଣ ସହ ଜଡିତ ଅନ୍ୟ ଏକ ତଥ୍ୟ ହେଉଛି ଯେତେବେଳେ ବିହାରରେ ଭାରତୀୟ ଜନତା ପାର୍ଟି ସହିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ସରକାରରେ ଥିଲେ, ବିହାର ବିଧାନସଭା ଏବଂ ବିଧାନ ପରିଷଦ ରାଜ୍ୟରେ ଜାତି ଭିତ୍ତିକ ଜନଗଣନା କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଥିଲେ। ୧ ଜୁନ ୨୦୨୨ରେ ସର୍ବଦଳୀୟ ବୈଠକରେ ଜାତି ଭିତ୍ତିକ ଗଣନା କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା।

Share