Categories: ଜାତୀୟ

‘ଅବୈଧ ପିଲାଙ୍କର ରହିବ ମାତାପିତାଙ୍କ ସମ୍ପତ୍ତିରେ ଭାଗ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୯: ଅବୈଧ ବିବାହରେ ହୋଇଥିବା ପିଲାମାନେ ସେମାନଙ୍କ ପିତାମାତାଙ୍କ ସମ୍ପତ୍ତିରେ ଅଂଶ ଦାବି କରିପାରିବେ। ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଶୀର୍ଷ ଅଦାଲତ ଆହୁରି କହିଛନ୍ତି, ଅବୈଧ ବିବାହର ପିଲାମାନେ ହିନ୍ଦୁ ନିୟମ ଅନୁଯାୟୀ ପିତାମାତାଙ୍କ ସମ୍ପତ୍ତିରେ ନିଜର ଭାଗ ସାବ୍ୟସ୍ତ କରିବ ପାରିବେ।

Share