Categories: ଜାତୀୟ

କୃଷି ଆଇନ-କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ ।୧: ମୋଦି ସରକାରଙ୍କନୂଆ କୃଷି ଆଇନକ ପ୍ରତ୍ୟାହାର ଦାବିରେ ପ୍ରାୟ ୪୭ ଦିନ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛଡ଼୍‌ତି । ନୂଆ କୃଷି ନିୟମ ରଦ୍ଦ ସହିତ କୃକେ ଆନ୍ଦୋଳନ ସହ ଜଡିତ କିଛି ଅଭିଯୋଗର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି । ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ କେନ୍ଦ୍ର ସରକାରଙ୍କୁ କହିଛନ୍ତି, କୃଷି ଆଇନକୁ ନେଇ ଯେଉଁଭଳି ପ୍ରକ୍ରିୟା ଚାଲୁଛି ତାହା ଆମକୁ ନିରାଶ କରୁଛି । ଆମକୁ ଜଣାନାହିଁ ସରକାର ଓ କୃଷକଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହେଉଛି । ତେଣୁ କେନ୍ଦ୍ର ସରକାର ଏହି କୃଷି ଆଇନ ଉପରେ ରୋକ ଲଗାନ୍ତୁ ନଚେତ୍ ଆମେ ପଦକ୍ଷେପ ନେବୁ । ସୁପ୍ରିମକୋର୍ଟ କମିଟି ଗଠନ ପାଇଁ ସରକାରଙ୍କୁ କହିଛନ୍ତି । ସୂଚନାଯୋଗ୍ୟ, ବିରୋଧ ପ୍ରଦର୍ଶନ କରିଥିବା କୃଷକଙ୍କ ସହ କେନ୍ଦ୍ର ସରକାର ପାଖାପାଖି ୮ଥର କଥା ହୋଇ ସାରିଲେଣି । ହେଲେ ଏହାର କୌଣସି ସମାଧାନ ଏ ଯାଏଁ ବାହାରି ପାରି ନାହିଁ ।

 

Share