୧୦ ଦିନ ମଧ୍ୟରେ କରୋନା କ୍ଷତିପୂରଣ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ …

ନୂଆଦିଲ୍ଲୀ, ୧୬।୧୨: ସମସ୍ତ ଆବେଦନକାରୀଙ୍କୁ ୧୦ ଦିନ ମଧ୍ୟରେ କରୋନା କ୍ଷତିପୂରଣ ଦେବାକୁ  ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏକ ମାମଲାର ବିଚାର କରି ଶୀର୍ଷକୋର୍ଟଙ୍କ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ବିଚାରପତି ଏମ୍‌.ଆର୍‌. ଶାହା ଏବଂ ବି.ଭି. ନାଗରଥ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏନେଇ ନୋଟିସ୍‌ ଜାରି କରିଛନ୍ତି। କ୍ଷତିପୂରଣ ପାଇଁ ଇତିମଧ୍ୟରେ ୮୫,୦୦୦ ଦାଖଲ କରାଯାଇଥିବାବେଳେ ପ୍ରାୟ ୧୬୫୮ ଆବେଦନକାରୀଙ୍କୁ ଡିସେମ୍ବର ୯ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।
ଖଣ୍ଡପୀଠ ଅତିରିକ୍ତ ସୋଲିସିଟର ଜେନେରାଲ ଐଶ୍ଚର୍ଯ୍ୟ ଭଟିଙ୍କୁ ହାଜର ହୋଇ ଆବେଦନକାରୀଙ୍କ ସଂଖ୍ୟା, ପ୍ରଦାନ କରାଯାଇଥିବା କ୍ଷତିପୂରଣ ଏବଂ ଏସମ୍ପର୍କିତ ପ୍ରକାଶିତ ବିଜ୍ଞପ୍ତି ବିଷୟରେ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆବେଦନକାରୀଙ୍କୁ ୫୦ ହଜାର କ୍ଷତିପୂରଣ ଶୀଘ୍ର ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସେହିପରି କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ କ୍ଷତିପୂରଣ ଯୋଜନା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

Share