Categories: ଜାତୀୟ

ଉତ୍ତରପ୍ରଦେଶରେ ମଦ୍ରାସା ଉଚ୍ଛେଦ ଆଇନ୍ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୫।୪: ସୁପ୍ରିମକୋର୍ଟ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲହାଇଛନ୍ତି ଯାହା ଉତ୍ତରପ୍ରଦେଶ ମଦ୍ରାସା ଆଇନକୁ ଅସାମ୍ବିଧାନିକ ଘୋଷଣା କରିଥିଲା। ଏହା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ୧୭ ଲକ୍ଷ ଛାତ୍ରଛାତ୍ରୀ ଏବଂ ୧୦,୦୦୦ ଶିକ୍ଷକଙ୍କୁ ବ୍ୟବସ୍ଥିତ କରାଯାଉ।

ଗତ ମାସରେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ବୋର୍ଡ ଅଫ୍ ମଦ୍ରାସା ଶିକ୍ଷା ଆଇନ, ୨୦୦୪ କୁ ଧର୍ମନିରପେକ୍ଷତାର ନୀତି ଉଲ୍ଲଂଘନ ବୋଲି କହିଥିଲେ। ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଛାତ୍ରମାନଙ୍କୁ ଆନୁଷ୍ଠାନିକ ବିଦ୍ୟାଳୟ ବ୍ୟବସ୍ଥାରେ ସ୍ଥାନିତ କରିବାକୁ କହିଥିଲେ।

ଉତ୍ତରପ୍ରଦେଶରେ ପ୍ରାୟ ୨୫,୦୦୦ ମଦ୍ରାସା ଅଛି। ସେଥିମଧ୍ୟରୁ ପ୍ରାୟ ୧୬,୦୦୦ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ।

Share