Categories: ଜାତୀୟ

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦରେ ରହିବେ ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ରା, କୋର୍ଟ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୭: ସୁପ୍ରିମକୋର୍ଟ ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ରାଙ୍କୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି ନିର୍ଦ୍ଦେଶକ ପଦରେ ରହିବାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ଏସ.କେ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିକଟରୁ ଶକ୍ତ ଝଟକା ଲାଗିଥିଲା।
ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବଢାଇବା ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ବେଆଇନ ଥିଲା। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ନିଜର ଅବଶିଷ୍ଟ କାମ ସାରିବାକୁ ୩୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଏଥିସହ ଜଷ୍ଟିସ ବିଆର ଗାବାଇ, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ପୀଠ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ସର୍ବାଧିକ ପାଞ୍ଚ ବର୍ଷକୁ ବୃଦ୍ଧି କରିବାକୁ ନେଇ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଆକ୍ଟ ଏବଂ ଦିଲ୍ଲୀ ସ୍ବତନ୍ତ୍ର ପୋଲିସ ପ୍ରତିଷ୍ଠା ଆଇନରେ ସଂଶୋଧନକୁ ସମର୍ଥନ କରିଛନ୍ତି।

Share