Categories: ଜାତୀୟ

କଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗ: ଜୁଲାଇରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ,୨୫।୪: କଶ୍ମୀରରୁ ଧାରା ୩୭୦କୁ ହଟିବା ଏବଂ ଜମ୍ମୁ କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ଆସନ୍ତା ମେ ୨୩ରୁ ଜୁଲାଇ ୧୧ ମଧ୍ୟରେ ହୋଇପାରେ। ସୋମବାର ବରିଷ୍ଠ ଓକିଲ ଶେଖର ନାଫଡେ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟର ପ୍ରଧାନ ବିଚାପତି ଏନଭି ରମଣଙ୍କ ଦ୍ୱାରା ଗଠିତ ବେଞ୍ଚ ସାମ୍ନାରେ ଉପସ୍ଥାପନ କରିଥିଲେ। ଜମ୍ମୁ କଶ୍ମୀର ମାମଲାର ତୁରନ୍ତ ଶୁଣାଣି ପାଇଁ ସେ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ ଗ୍ରୀଷ୍ମ ଛୁଟି ପରେ ମାମଲାକୁ ବିଚାରକୁ ନିଆଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯିବା ସହ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଏଥିସହ ଜମ୍ମୁ ଏକଂ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ତର୍ଭୃକ୍ତ କରାଯାଇଥିଲା।

 

Share