Categories: ଜାତୀୟ

ଆଇନ ଲାଗୁ ନେଇ କୋର୍ଟରେ ବିଚାର ଜାରି ରହିଥିବାବେଳେ ବିରୋଧ ପ୍ରଦର୍ଶନ କାହିଁକି, ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୪।୧୦: କୃଷି ଆଇନ ଲାଗୁ ହୋଇ ନାହିଁ। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ଏହାର ବିରୋଓରେ ପ୍ରଦର୍ଶନ କାହିଁକି କରାଯାଉଛି ବୋଲି ସୁପ୍ରିମ୍‌କୋର୍ଟ କଡ଼ା ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ହୋଇଥିବା ଏକ ଆବେଦନର ବିଚାର ସମୟରେ ଶୀର୍ଷକୋର୍ଟ ଏଭଳି କହିଛନ୍ତି। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ୪୩ଟି ଚାଷୀ ସଂଗଠନଙ୍କୁ ନୋଟିସ୍‌ ଜାରି କରାଯାଇଛି।
ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କୋର୍ଟଙ୍କ ସହିତ ସହମତି ହୋଇଛନ୍ତି ଯେ, ମାମଲାର ବିଚାର କୋର୍ଟରେ ଜାରି ରହିଥିବାବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ। ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୦ରେ ହେବ ବୋଲି କୋର୍ଟ କହିଛନ୍ତି।

କୃଷକ ଆନ୍ଦୋଳନ ଯୋଗୁ ଦୀର୍ଘଦିନ ଧରି ରାସ୍ତା ବନ୍ଦ ରହିବାରୁ ଲୋକେ ସମସ୍ୟାରେ ପଡୁଥିବା ନେଇ ନୋଏଡାର ମୋନିକା ଅଗ୍ରଓ୍ବାଲଙ୍କ ପକ୍ଷରୁ ଏକ ପିଟିଶନ କୋର୍ଟରେ ଦାଖଲ କରାଯାଇଥିଲା। ହରିୟାଣା ସରକାର ୪୩ଟି ଚାଷୀ ସଂଗଠନଙ୍କୁ ପକ୍ଷଭୁକ୍ତ କରିବା ଲାଗି ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରିବା ପରେ କୋର୍ଟ ସମ୍ପୃକ୍ତ ସଂଗଠନଙ୍କୁ ନୋଟିସ୍‌ ଜାରି କରିଛନ୍ତି।

Share