Categories: ଜାତୀୟ

ମାନହାନି ମାମଲା: ଜୁଲାଇ ୨୧ରେ ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୭: ମୋଦି ଉପନାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣିବାକୁ ରାଜି ହୋଇଛନ୍ତି। ଜୁଲାଇ ୨୧ରେ ଏହାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ମୋଦିଙ୍କ ଉପନାମ ଉପରେ ମନ୍ତବ୍ୟ ଦେଇ ଗୁଜରାଟର ସୁରଟ କୋର୍ଟ ଦ୍ୱାରା ମାନହାନି ମାମଲାରେ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ ସେ ଗୁଜରାଟ ହାଇକୋର୍ଟରୁ ମଧ୍ୟ ଆଶ୍ୱସ୍ତି ପାଇନାହାଁନ୍ତି। ଏହି ନିଷ୍ପତ୍ତି ବିରୋଧରେ ରାହୁଲ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

Share