ନୂଆଦିଲ୍ଲୀ, ୧୦।୧୦: ଦିଲ୍ଲୀରେ ବାଣ ଉପରେ ଲାଗୁ ପ୍ରତିବନ୍ଧକ ହଟାଇବାକୁ ସୋମବାର ସୁପ୍ରମିକୋର୍ଟ ମନା କରିଛନ୍ତି। ଏନ୍ସିଆର୍ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ରୋକିବା ଲାଗି ବାଣ ଉପରେ କଟକଣା ଲଗାଯାଇଛି। ପାର୍ବଣ ସମୟରେ ଦିଲ୍ଳୀରେ ବାଣ କିଣାବିକାର ଅନୁମତି ପ୍ରଦାନ ଦାବିରେ ଭାଜପା ଏମ୍ପି ମନୋଜ ତିଓ୍ବାରୀ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍ ଏମ୍.ଆର୍. ଶାହାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣିରେ କହିଛନ୍ତି, ବାଣ ଫୁଟାଇବା ଅନୁମତି ଦେଲେ ଦୀପାବଳି ପରେ ଏନ୍ସିଆର୍ର ଏୟାର୍ କ୍ୱାଲିଟି ଅଧିକ ବିଗିଡ଼ିବାର ଆଶଙ୍କା ରହିଛି। ଏହାଛଡ଼ା ପ୍ରଦେଶରେ ଗ୍ରୀନ୍ ବାଣ ଫୁଟାଇବାର ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।