Categories: ଜାତୀୟ

ଆର୍ଯ୍ୟ ସମାଜର ବିବାହ ପ୍ରମାଣକୁ ସ୍ବୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୬: ପ୍ରେମ ବିବାହକୁ ନେଇ ଆର୍ଯ୍ୟ ସମାଜ ପକ୍ଷରୁ ଦିଆଯାଇଥିବା ପ୍ରମାଣ ପତ୍ରର ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆର୍ଯ୍ୟ ସମାଜ ପକ୍ଷରୁ ଦିଆଯାଉଥିବା ବିବାହ ପ୍ରମାଣ ପତ୍ରକୁ ଆଇନ ଅନୁଯାୟୀ ସ୍ବୀକୃତି ଦେବାକୁ କୋର୍ଟ ମନା କରିଦେଇଛନ୍ତି। ବିଚାରପତି ଅଜୟ ରସ୍ତୋଗି ଓ ବିଚାରପତି ବିବି ନାଗରତ୍ନାଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ, ବିବାହ ପ୍ରମାଣ ପତ୍ର ଜାରି କରିବା ଆର୍ଯ୍ୟ ସମାଜର କାମ କି ଅଧିକାର ନୁହେଁ। ବିବାହ ପ୍ରମାଣ ପତ୍ର ଦେବା କ୍ଷମତା କେବଳ ନ୍ୟାୟାଳୟର ରହିଛି ବୋଲି ଉକ୍ତ ଖଣ୍ଡପୀଠ ଶୁଣାଣି ବେଳେ ରାୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏକ ପ୍ରେମୀ ଯୁଗଳ ଆର୍ଯ୍ୟ ସମାଜରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ଏନେଇ ସମାଜ ପକ୍ଷରୁ ପ୍ରେମୀଯୁଗଳଙ୍କୁ ବିବାହର ପ୍ରମାଣ ପତ୍ର ମଧ୍ୟ ଦିଆଯାଇଥିଲା। ହେଲେ ଏହି ବିବାହକୁ ଝିଅ ଘର ଲୋକେ ଅସ୍ବୀକାର କରିବା ସହ ପୁଅ ବିରୋଧରେ ଥାନାରେ ଏକ ବିଭିନ୍ନ ଅଭିଯୋଗ କରିଥିଲେ। ପୋଲିସ ଦଫା ୩୬୩, ୩୬୬, ୩୮୪, ୩୭୬-୨ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅନ୍ୟପକ୍ଷେ ଏହି ମାମଲା ମଧ୍ୟପ୍ରଦେଶ ହାଇକୋର୍ଟରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲା ସୁପ୍ରମିକୋର୍ଟରେ ବିଚାର ହୋଇଛି।

Share