Categories: ଜାତୀୟ

ଉତ୍ତରାଖଣ୍ଡରେ ପ୍ରସ୍ତାବିତ ମହାପଞ୍ଚାୟତ ପାଇଁ ଲାଗିବନି ରୋକ, ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୪।୬ : ସୁପ୍ରିମକୋର୍ଟ ଉତ୍ତରରାଖଣ୍ଡର ଉତ୍ତରକାଶୀର ପୁରୋଲା ଠାରେ ପ୍ରସ୍ତାବିତ ମହାପଞ୍ଚାୟତ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ମହାପଞ୍ଚାୟତ ବିରୋଧରେ କୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। କୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଯିବାକୁ ଆବେଦନକାରୀଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ମଧ୍ୟ ଚେତାବନୀ ଦେଇଛନ୍ତି। ଜିଲା ପୋଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆମେ ସମସ୍ତ ପଦକ୍ଷେପ ନେଉଛୁ। କାହାକୁ ନିୟମ ଭାଙ୍ଗିବାକୁ ଦିଆଯିବ ନାହିଁ। ଯେଉଁମାନେ ଆଇନ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜୁନ ୧୫ ରେ ମହାପଞ୍ଚାୟତ ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। ଏହାର ଅନୁମତି ବିଶ୍ୱ ହିନ୍ଦୁ ପରିଷଦ ଏବଂ ପ୍ରଧାନ ସଂଗଠନ ପକ୍ଷରୁ ମହାପଞ୍ଚାୟତ ଲାଗି ଅନୁମତି ଲୋଡା ଯାଇଥିଲା। ଏହା ସହିତ ପୁରୋଲାରେ ଧାରା ୧୪୪ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚାଲିଛି ।

ମେ ୨୬ ରେ, ବିଜନୋରର ବାସିନ୍ଦା ଜିତେନ୍ଦ୍ର ସାଇନି ଏବଂ ଉବେସ ଖାନ ପୁରୋଲାରେ ଜଣେ ନାବାଳିକାକୁ ଅପହରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଯୁବକମାନଙ୍କୁ ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀମାନେ ଧରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣା ପରଠାରୁ ପୁରୋଲାରେ ମୁସଲିମ ବ୍ୟବସାୟୀଙ୍କର ଗୋଟିଏ ବି ଦୋକାନ ଖୋଲାଯାଇ ନାହିଁ। ପୁରୋଲାରେ ୩୦ ରୁ ଅଧିକ ଦୋକାନ ଗତ ୧୮ ଦିନ ଧରି ବନ୍ଦ ଥିବାବେଳେ ୧୪ ବ୍ୟବସାୟୀ ଦୋକାନ ଖାଲି କରିଛନ୍ତି।

Share