Categories: ଜାତୀୟ

କାଉନସେଲିଂ ଘୁଞ୍ଚାଇବାକୁ ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୬: ବିବାଦରେ ଛନ୍ଦିହୋଇ ପଡ଼ିଥିବା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପାଇଁ କାଉନସେଲିଂ ଜୁଲାଇ ୬ରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହା ‘ଖୋଲିବା ଓ ବନ୍ଦ କରିବା’ ପ୍ରକ୍ରିୟା ନୁହେଁ ବୋଲି ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ଏସ୍‌.ଭି.ଏନ୍‌. ଭଟ୍ଟିଙ୍କ ଖଣ୍ଡପୀଠ କହିଛନ୍ତି। ତେବେ ଅନିୟମିତତା ଅଭିଯୋଗକୁ ନେଇ ମେ’ ୫ରେ ହୋଇଥିବା ଏନ୍‌ଇଇଟି ପରୀକ୍ଷା ବାତିଲ କରିବା ପିଟିଶନ ଉପରେ ଖଣ୍ଡପୀଠ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮କୁ ଧାର୍ଯ୍ୟ ହୋଇଛି।

ଜୁଲାଇ ୮ରେ ମୁଖ୍ୟ ମାମଲାର ଶୁଣାଣି ହେବାକୁ ଥିବାରୁ କାଉନସେଲିଂକୁ ଆଉ ୨ ଦିନ ଘଞ୍ଚାଇବା ପାଇଁ ଆବେଦନକାରୀଙ୍କ ପକ୍ଷର ଓକିଲ ଅଦାଲତଙ୍କୁ ନିବେଦନ କରିଥିଲେ। ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଦେବା ସହ ଏନ୍‌ଟିଏ, କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ପକ୍ଷ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଥିଲେ।

Share