Categories: ଜାତୀୟ

ବିହାର ଜାତି ଗଣନା: ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୮: ଜାତି ଗଣନା ଉପରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ସୋମବାର ସୁପ୍ରିମକୋର୍ଟ ବିହାରରେ ଜାତି ଗଣନାକୁ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଯେ ପର୍ଯ୍ୟନ୍ତ ଶୁଣାଣି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ରୋକ ଲଗାଯିବନାହିଁ। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୪ ଅଗଷ୍ଟରେ ହେବ।

ନିକଟରେ, ୧ ଅଗଷ୍ଟରେ ପାଟନା ହାଇକୋର୍ଟ ଜାତି ଗଣନାକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସରକାରଙ୍କୁ କହିଥିଲେ ଯେ, ଯଦି ସେ ଚାହାଁନ୍ତି ତେବେ ଏହା ଗଣନା କରିପାରିବେ। କୋର୍ଟଙ୍କ ନିଷ୍ପତ୍ତିର କିଛି ଘଣ୍ଟା ପରେ ରାଜ୍ୟର ସମସ୍ତ ଜିଲା ମାଜିଷ୍ଟ୍ରେଟଙ୍କୁ ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

Share