ନୂଆଦିଲ୍ଲୀ,୨୧।୮: ନିଯୁକ୍ତି ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ବଡ ଝଟକା ଦେଇଛନ୍ତି। ସୁପ୍ରିମକୋର୍ଟ ଟିଏମ୍ସି ନେତା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ଏବଂ ଇଡି ପଚରାଉଚରା ଉପରେ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତିକୁ ପ୍ରତ୍ୟାଖାନ କରିଥିବା କଲିକତା ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ହେଲେ ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ପିଟିଶନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି।
ସିବିଆଇ ଏବଂ ଇଡି ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ନିଯୁକ୍ତି ଅନିୟମିତତା ମାମଲାରେ ପଚରାଉଚରା କରିବାକୁ ଚାହୁଁଛନ୍ତି। ପଶ୍ଚିମବଙ୍ଗ ସରକାର ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ, କିନ୍ତୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମିଳି ନ ଥିଲା। ହାଇକୋର୍ଟଙ୍କ ଆଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ।