Categories: ଜାତୀୟ

ଶୁଣାଣି ପାଇଁ ଆଉ କିଛି ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୩: ଉତ୍ତରପ୍ରଦେଶରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅତିକ ଅହମ୍ମଦଙ୍କ ଆବେଦନର ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଗୁଜୁରାଟ ଜେଲରୁ ଉତ୍ତରପ୍ରଦେଶକୁ ଅଣାଯାଇଥିବା ଅତିିକ ନିଜ ସୁରକ୍ଷା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ କୌଣସି ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ବେଲା ଏମ୍‌ ତ୍ରିବେଦୀଙ୍କ ଏକ ବେଞ୍ଚ କହିଛନ୍ତି ଯେ, ସୁରକ୍ଷା କିମ୍ବା ଅନ୍ୟ କୌଣସି ପାଇଁ ସେ ହାଇକୋର୍ଟରେ ଆବେଦନ କରିପାରିବେ। ଅନ୍ୟପଟେ ଅତିକ ଅହମ୍ମଦଙ୍କ ଓକିଲ ଉତ୍ତରପ୍ରେଦେଶ ପୋଲିସର ହେପାଜତରେ ତାଙ୍କ ନକଲି ଏନକାଉଣ୍ଟର ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଥିସହ କୋର୍ଟ ତାଙ୍କ ବୟାନକୁ ରେକର୍ଡ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ। କିନ୍ତୁ ବିଚାରପତିମାନେ ସ୍ପଷ୍ଟ କରିଛନ୍ତି, ସେମାନେ କୌଣସି ବୟାନକୁ ରେକର୍ଡ ଭାବେ ଗ୍ରହଣ କରିବେ ନାହିଁ। ଗୁଜୁରାଟରୁ ୟୁପି ଅଣାଯିବା ବିରୋଧରେ ଏହି ଆବେଦନ ଦାଖଲ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ୟୁପି ଅଣାଯାଇଛି। ତେଣୁ ସୁପ୍ରିମକୋର୍ଟରେ ଏହାର ଶୁଣାଣି କରିବା ପାଇଁ କୌଣସି ମାମଲା ବାକି ନାହିଁ ବୋଲି ବିଚାରପତି କହିଛନ୍ତି।

Share