Categories: ଜାତୀୟ

ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା

ନୂଆଦିଲ୍ଲୀ,୩।୩: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୧୮ରେ ଦାଖଲ ହୋଇଥିବା ଏହି ଆବେଦନରେ ମାଲ୍ୟା ନିଜକୁ ‘ପଳାତକ’ ଘୋଷଣା କରିବାକୁ ନେଇ ମୁମ୍ବାଇ କୋର୍ଟରେ ଚାଲିଥିବା ଶୁଣାଣିକୁ ଚ୍ୟାଲେଞ୍ଜ କରିଥିଲେ। ଅନ୍ୟପଟେ ମାଲ୍ୟାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି, ସେ ଦୀର୍ଘ ଦିନ ଧରି ତାଙ୍କ ସହ ଯୋଗାଯୋଗରେ ନାହାଁନ୍ତି। ତେଣୁ ସେ ଯୁକ୍ତି କରିପାରିବେ ନାହିଁ। ଏହାପୂର୍ବରୁ ମଧ୍ୟ ମାଲ୍ୟାଙ୍କ କିଛି ମାମଲା ଏହି ଆଧାରରେ ଖାରଜ ହୋଇଯାଇଛି। ଏହି ମାମଲାରେ ମଧ୍ୟ ୨୦୧୯ରେ ମୁମ୍ବାଇର ଇଡି କୋର୍ଟ ତାଙ୍କୁ ‘ପଳାତକ’ ଘୋଷଣା କରିଥିଲା। ତେବେ ୨୦୧୮ରେ ଦାଖଲ ହୋଇଥିବା ଆବେଦନଟି ବିନା ଯୁକ୍ତିରେ ଏପର୍ଯ୍ୟନ୍ତ ବିଚାରାଧୀନ ହୋଇ ରହିଛି। ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ଆବେଦନକାରୀ ତାଙ୍କୁ କୌଣସି ନିର୍ଦ୍ଦେଶ ଦେଉନାହାଁନ୍ତି। ଫଳରେ ଏହାକୁ ଦୃଷ୍ଟିରେ ରଖି ଏହି ମକଦ୍ଦମା ନ ଚଳାଇବାକୁ ଆବେଦନକୁ ଖାରଜ କରାଯାଇଛି ବୋଲି ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ଖଣ୍ଡପୀଠ କହିଛନ୍ତି।

 

Share