Categories: ଜାତୀୟ

ଗ୍ୟାଙ୍ଗଷ୍ଟର ସଞ୍ଜୀବଙ୍କ ପତ୍ନୀ ପାୟଲଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୬: ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କ ପତ୍ନୀ ପାୟଲ ମହେଶ୍ୱରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଲକ୍ଷ୍ନୌ କୋର୍ଟ ପରିସରରେ ସଞ୍ଜୀବଙ୍କୁ ହତ୍ୟା କରାଯିବା ପରେ ଶବ ସଂସ୍କାର ପାଇଁ ତାଙ୍କ ପତ୍ନୀ କୋର୍ଟଙ୍କୁ କିଛିଦିନ ପାଇଁ ଜାମିନ କରିବା ଲାଗି ଆବେଦନ କରିଥିଲେ। ଶୁଣାଣି ସମୟରେ ୟୁପି ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା ଯେ ସଞ୍ଜୀବଙ୍କ ଶେଷକୃତ୍ୟ ଗତକାଲି ଗୁରୁବାର ହୋଇସାରିଛି। ତାଙ୍କ ପୁଅ ତାଙ୍କର ଶେଷକୃତ୍ୟ କରିଛନ୍ତି।
ଏହା ପରେ ସୁପ୍ରିମକୋର୍ଟ ଶୂଣାଣି କରି କହିଛନ୍ତି, ଯେତେବେଳେ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି, ତେଣୁ ଣୀଘ୍ର ଶୁଣାଣି କରିବାର ଆବଶ୍ୟକତା ନାହିଁ। ଏହି ମାମଲାର ଶୁଣାଣି ଜୁଲାଇରେ କରାଯିବ।
ସୂଚନାଯୋଗ୍ୟ, ପାୟଲଙ୍କ ଓକିଲ ସଞ୍ଜୀବଙ୍କ ଶେଷକୃତ୍ୟ ପାଇଁ ୧୩ ଦିନ ପାଇଁ ଜାମିନ ଦେବାକୁ ଯାଚିକା ଦାୟର କରିଥିଲେ।

Share