Categories: ଜାତୀୟ

ମଣିପୁର ହାଇକୋର୍ଟଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୮।୫: ମଣିପୁରର ଅଣଆଦିବାସୀ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ହାଇକୋର୍ଟ ଜଜ୍‌ ଏମ୍‌.ଭି. ମୁରଲିଧରନ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି। ମଣିପୁର ହିଂସା ସମ୍ପର୍କିତ ଶୁଣାଣି ବେଳେ ବୁଧବାର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ମାର୍ଚ୍ଚ ୨୭ରେ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଘୃଣ୍ୟ ଓ ତ୍ରୁଟିପୂର୍ଣ୍ଣ। ସର୍ବୋଚ୍ଚ ଅଦାଲତଙ୍କୁ ଉକ୍ତ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇବାକୁ ପଡ଼ିବ। ବିଚାରପତି ମୁରଲିଧରନ ଦେଇଥିବା ନିର୍ଦ୍ଦେଶରେ ସଂଶୋଧନ କରିବାକୁ ସମୟ ଦିଆଯାଇଥିବା ସିଜେଆଇ କହିଛନ୍ତି। ଅଣଆଦିବାସୀ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ଲାଗି ମାର୍ଚ୍ଚ ୨୭ରେ ହାଇକୋର୍ଟରେ ଶୁଣାଣି କରାଯାଇଥିଲା। ଏ ସମ୍ପର୍କରେ ରାଜ୍ୟ ସରକାର ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ସୁପାରିସ କରନ୍ତୁ ବୋଲି ବିଚାରପତି ମୁରଲିଧରନ ନିର୍ଦ୍ଦେଶ ଦେଇଥଲେ। ଏହାପରେ କୁକି ଆଦିବାସୀ ଓ ମେଇତିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ରାଜ୍ୟରେ ହିଂସା ଘଟିଥିବା ଦ୍ୱାରା ୬୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

 

Share