Posted inଜାତୀୟ

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଘର ଭାଙ୍ଗିଲ, କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨ା୪ (ପି.ଟି.):ଆଇନଗତ ପ୍ରକ୍ରିୟାର ଅନୁପାଳନ ନ କରି ବେଆଇନ ଭାବେ ଘର ଭଙ୍ଗାଯିବା ଘଟଣାରେ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି କାର୍ଯ୍ୟ ଅମାନବୀୟ ଏବଂ ବେଆଇନ। ଏହା ଆମ ଅନ୍ତରାତ୍ମାକୁ ଦୋହଲାଇ ଦେଇଛି ବୋଲି ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଉଜ୍ଜ୍ୱଳ ଭୂୟଁାଙ୍କ ଖଣ୍ଡପୀଠ କହିଛନ୍ତି। ୬ ସପ୍ତାହ ମଧ୍ୟରେ କ୍ଷତିଗ୍ରସ୍ତ ୬ ଜଣ ଘର ମାଲିକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ପୈଠ କରିବା ପାଇଁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନର ଉପଯୁକ୍ତ ପ୍ରକ୍ରିୟା ଅନୁପାଳନ ନ କରି ଉଦାସୀନ ମନୋଭାବ ପ୍ରଦର୍ଶନ କରୁଥିବା ଉତ୍ତରପ୍ରଦେଶ ସରକାରଙ୍କୁ ଖଣ୍ଡପୀଠ ଚେତାବନୀ ଦେଇ କହିଛନ୍ତି, ସରକାର ଏବଂ ବିଶେଷ କରି ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏହା ନିଶ୍ଚିତ ମନେରଖିବାକୁ ହେବ ଯେ ଆଶ୍ରୟ ଅଧିକାର ସମ୍ବିଧାନର ଅନୁଚ୍ଛେଦ ୨୧ର ଅବିଚ୍ଛେଦ୍ୟ ଅଙ୍ଗ।
ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷ ବେଆଇନ ଭାବେ ଗୃହ ଉଚ୍ଛେଦ କରିବା ପରେ ଆଇନଜୀବୀ ଜୁଲଫିକର ହାଇଦର, ପ୍ରଫେସର ଅଲି ଅହମଦ ଓ ଅନ୍ୟମାନେ ଏହାକୁ ଆଲ୍ଲାହାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେବାରୁ ସେମାନେ ମିଳିତ ଭାବେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
ବେଆଇନ ଭାବେ ଘରୋଇ ବ୍ୟକ୍ତିବିଶେଷଙ୍କ ଘର ନ ଭାଙ୍ଗିବା ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇଥିବା ସତ୍ତ୍ୱେ ଏହାକୁ ଅନୁପାଳନ ନ କରି ଉତ୍ତରପ୍ରଦେଶ, ଗୁଜରାଟ ଓ ଅନ୍ୟାନ୍ୟ ରାଜ୍ୟରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ସର୍ବୋଚ୍ଚ ଅଦାଲତ ଏଥିରେ କ୍ଷୁବ୍ଧ ହୋଇଛନ୍ତି। ଏଭଳି ଢଙ୍ଗରେ ଗୃହ ଉଚ୍ଛେଦ କରାଯିବା ବୈଧାନିକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ ସମ୍ବେଦନହୀନତାର ପ୍ରଦର୍ଶନ ବୋଲି ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି।
ଆବେଦନକାରୀମାନଙ୍କ ପକ୍ଷର ଓକିଲ କହିଥିଲେ, ୨୦୨୩ରେ ପୋଲିସ ଗୁଳିରେ ନିହତ ହୋଇଥିବା ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ଆତିକ୍‌ ଅହମଦଙ୍କ ଜାଗା ଭାବି ରାଜ୍ୟ ସରକାର ଭୁଲ୍‌ବଶତଃ ଅନ୍ୟମାନଙ୍କ ଘରକୁ ଭାଙ୍ଗିଛନ୍ତି। ନୋଟିସ୍‌ ପଠାଯିବାର ୨୪ ଘଣ୍ଟା ମଧ୍ୟରେ ବେଆଇନ ଭାବେ ସରକାର ସେମାନଙ୍କ ଘର ଭାଙ୍ଗିଥିଲେ। ଏହା ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟ। ଏବେ ଘର ନିର୍ମାଣ କରିବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ ବୋଲି ଆବେଦନକାରୀଙ୍କ ଓକିଲ କହିବା ପରେ ଖଣ୍ଡପୀଠ ଦୁଃଖ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri