Categories: ଜାତୀୟ

ଧାରା ୩୭୦ ଉଚ୍ଛେଦ ଉପରେ ୨ ଅଗଷ୍ଟରେ ହେବ ଶୁଣାଣି, ସବୁ ପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦର ୨୩ଟି ପିଟିଶନର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଗଷ୍ଟ ୨ରେ ଧାରା ୩୭୦ ଉଚ୍ଛେଦ ଉପରେ ଶୁଣାଣି ହେବ। ତେବେ ୨୭ ଜୁଲାଇ ସୁଦ୍ଧା ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କଠାରୁ ଜବାବ ମାଗିଛନ୍ତି।

କୋର୍ଟ କହିଛନ୍ତି ଯେ, ଜୁଲାଇ ୨୭ସୁଦ୍ଧା ସମସ୍ତ ପକ୍ଷ ଏହି ପ୍ରସଙ୍ଗରେ ନିଜର ଉତ୍ତର ଦାଖଲ କରିବା ଉଚିତ୍‌, ଯାହା ପରେ କୌଣସି ପରିବର୍ତ୍ତନ ଅନୁମତି ଦିଆଯିବ ନାହିଁ। ଏହା ପରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ରେ ଅନୁଷ୍ଠିତ ହେବ। ମଙ୍ଗଳବାର ଶୁଣାଣି ସମୟରେ କେନ୍ଦ୍ରର ନୂତନ ଆଫିଡେଭିଟ ଉପରେ ବିଚାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି।

Share