ନୂଆଦିଲ୍ଲୀ,୧୦।୪: ଦେବୀ କାଳୀଙ୍କ ବିବାଦୀୟ ପୋଷ୍ଟର ମାମଲାରେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟ ହୋଇଛି। ତାଙ୍କ ବିରୋଧରେ ଥିବା ସମସ୍ତ ଏଫ୍ଆଇଆର ଦିଲ୍ଲୀ ପୋଲିସର ଆଇଏଫ୍ଏସ୍ଓ ୟୁନିଟକୁ ସ୍ଥାନାନ୍ତର କରିବାକୁ କୋର୍ଟ ରାୟ ଶୁଣାଇଛନ୍ତି। ଏଥିସହ ତାଙ୍କ ଗିରଫଦାରୀ ଉପରେ ମଧ୍ୟ କୋର୍ଟ ପ୍ରତିବନ୍ଧକ ଜାରି କରିଛନ୍ତି। ଏତଦ୍ ବ୍ୟତୀତ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆରକୁ ରଦ୍ଦ କରିବା ଦାବିରେ ଲୀନାଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଶୁଣାଣିରେ କୋର୍ଟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀକୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ସୂଚନା ମୁତାବକ, ବିଭିନ୍ନ ରାଜ୍ୟରେ ଏଫ୍ଆଇଆର୍ର ସାମ୍ନା କରୁଥିବା ଲୀନା ଆଶ୍ୱସ୍ତି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।