Categories: ଜାତୀୟ

ସର୍ଭେ ପାଇଁ ଜାତିଗତ ତଥ୍ୟ ଦେଲେ ଗୋପନୀୟତା ଉଲ୍ଲଘଂନ କିପରି ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୮: ଜାତି ସର୍ବେକ୍ଷଣରେ କୌଣସି ବ୍ୟକ୍ତି ନିଜ ଜାତି କିମ୍ବା ଉପ-ଜାତିର ବିବରଣୀ ପ୍ରଦାନ କରନ୍ତି, ତେବେ କ୍ଷତି କ’ଣ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଅଗଷ୍ଟ ୨ରେ ପାଟନା ହାଇକୋର୍ଟରେ ହୋଇଥିବା ଶୁଣାଣିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକାଗୁଡିକର ଶୁଣାଣରେ କୋର୍ଟ ଏପରି ପ୍ରଶ୍ନ କରିଥିଲେ। ଯାଚିକାରେ କିଛି ଆବେଦନକାରୀ କହିଥିଲେ ଯେ, ଏହି ସର୍ଭେ ଦ୍ୱାରା ଲୋକଙ୍କ ଗୋପନୀୟତା ଅଧିକାର ଉଲ୍ଲଂଘନ ହେଉଛି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଏସ.ଭି.ଏନ ଭଟ୍ଟୀଙ୍କ ବେଞ୍ଚ ପ୍ରଶ୍ନ କରିଥିଲେ ଯେ, ଯଦି କେହି ସର୍ଭେରେ ତାଙ୍କ ଜାତି ବା ଉପ-ଜାତିର ବିବରିଣୀ ଦିଅନ୍ତି ତେବେ ଏଥିରେ ଭୁଲ କଣ ଅଛି? ଏହା ଗୋପନୀୟତା ଅଧିକାରକୁ କିପରି ପ୍ରଭାବିତ କରିବ।
ବିହାର ସରକାରଙ୍କ ପକ୍ଷରୁ ଆଇନଜୀବୀ ଶ୍ୟାମ ଦେବାନ କୋର୍ଟରେ କହିଛନ୍ତି, ଜାତି ସର୍ଭେ ଅଗଷ୍ଟ ୬ରୁ ଶେଷ ହୋଇଯାଇଛି। ଏହି ଡାଟାକୁ ଏକତ୍ରିତ କରି ଓ୍ବେସାଇଟ୍‌ରେ ଖୁବ୍‌ଶୀଘ୍ର ଅପଲୋଡ କରାଯିବ।

ଆବେଦନକାରୀଙ୍କ ପକ୍ଷ ରଖିଥିବା ଜଣେ ବରିଷ୍ଠ ଓକିଲ ଆପରାଜିତା ସିଂ କହିଛନ୍ତି, ଆମେ ଜାଣୁ ପ୍ରକ୍ରିୟା ଶେଷ ହୋଇଛି କିନ୍ତୁ ତଥ୍ୟ ପ୍ରକାଶନନ କରିବାକୁ ଆମେ ଯୁକ୍ତି ବାଢୁଛୁ। ଏନେଇ ଖଣ୍ଡପୀଠ କହିଛନ୍ତି , ହାଇକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ସପକ୍ଷରେ ରହିଛି। ଆପଣ ଏହାକୁ ପସନ୍ଦ କରନ୍ତୁ କି ନ କରନ୍ତୁ, ଓ୍ବେସାଇଟରେ ଡାଟା ଅପଲୋଡ ହୋଇ ସାରିଛି।

 

Share