Categories: ଜାତୀୟ

ନିଶାରେ ଅପରାଧ କରିଥିବା କହିଲେ ଦଣ୍ଡାଦେଶରୁ ମିଳିବନି ମୁକ୍ତି: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧ : ସୁପ୍ରିମକୋର୍ଟ କହିଛନ୍ତି ମଦ୍ୟପାନ କରି ନିଶାରେ ଥିବା ସମୟରେ ଏହି ଅପରାଧ ହୋଇଛି ବୋଲି ଯୁକ୍ତି କରି ଦଣ୍ଡକୁ ଏଡାଯାଇପାରିବ ନାହିଁ। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଶୀର୍ଷକୋର୍ଟ ଖାରଜ କରି ଏଭଳି କହିଛନ୍ତି।

ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ କାରାଦଣ୍ଡରେ ହାଇକୋର୍ଟ ଦଣ୍ଡିତ କରିଥିଲେ। ଜଷ୍ଟିସ ଅଭୟ ଏସ ଓକା ଏବଂ ପଙ୍କଜ ମିଥାଲଙ୍କ ଏକ ବେଞ୍ଚ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତିି। ଆବେଦନରେ ସେ ଘଟଣା ସମୟରେ ୩୦ ମେ ୨୦୦୭ ଅତ୍ୟଧିକ ମଦ୍ୟପାନ କରିଥିଲେ ଏବଂ ତେଣୁ ସେ କଣ କରୁଛନ୍ତି ତାହା ଜାଣିବା ସ୍ଥିତିରେ ନ ଥିଲେ। ମହେନ୍ଦ୍ର ଏବଂ ନହ୍ନେ ପରସ୍ପର ସହ ଝଗଡା କରିଥିଲେ।

ଅନ୍ୟ ଲୋକଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତ ନହ୍ନେ ସେଠାରୁ ଚାଲିଯାଇଥିଲେ। କିନ୍ତୁ ଘଟଣାସ୍ଥଳରୁ ୧୫ ରୁ ୨୦ ପାଦ ଚାଲିବା ପରେ ସେ ପଛକୁ ଫେରି ଦେଶୀ ପିସ୍ତଲରୁ ଗୁଳି ଚଳାଇଥିଲେ। ଏହା ଅନ୍ୟ ଜଣେ ବ୍ୟକ୍ତି ସଦ୍ଦାମ ହୁସେନଙ୍କୁ ଲାଗିଥିଲା। ତାଙ୍କର ମୃତ୍ୟୁ ଘଟିଥିଲା। ବେଞ୍ଚ କହିଛନ୍ତି ମଦ୍ୟପାନ ଏବଂ ତାଙ୍କ କାର୍ଯ୍ୟର ପ୍ରକୃତି ଜାଣିବାରେ ଅସମର୍ଥତା ଯୋଗୁ ଆଇପିସିର ଧାରା ୮୬ଏହି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥାଏ। ମାତ୍ର ଏଭଳି ଯୁକ୍ତି ଦର୍ଶାଇ ଆଇନ ହାତରୁ ଖସି ହେବ ନାହିଁ।

Share