Categories: ଜାତୀୟ

‘ବିହାର ଜାତିଗତ ସର୍ଭେ ଉପରେ ସେ ପର୍ଯ୍ୟନ୍ତ ରୋକ ଲଗାଯିବନି, ଯେ ପର୍ଯ୍ୟନ୍ତ…’, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ନୂଆଦିଲ୍ଲୀ,୨୧।୮: ବିହାର ସରକାରଙ୍କୁ ଜାତିଗତ ସର୍ବେକ୍ଷଣର ଅନୁମତି ଦେଇଥିବା ପାଟନା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ, ସେ ଏହି ପ୍ରକ୍ରିୟା ଉପରେ ସେତେ ପର୍ଯ୍ୟନ୍ତ ରୋକ ଲଗାଇବେନି, ଯେ ପର୍ଯ୍ୟନ୍ତ ଆବେଦନକାରୀ ଏହା ବିରୋଧରେ ଠୋସ ପ୍ରମାଣ ଦେଇନାହାନ୍ତି। କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସାତ ଦିନ ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

Share