Categories: ଜାତୀୟ

ମଣିପୁର ଛାତ୍ରୀଛାତ୍ରଙ୍କୁ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦିଅନ୍ତୁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସାରେ ବିସ୍ଥାପିତ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସରକାର ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏ ସମ୍ପର୍କରେ କେନ୍ଦ୍ର ଓ ମଣିପୁର ସରକାର ବିଚାର କରନ୍ତୁ ବୋଲି ଏସସି ନିର୍ଦ୍ଦେଶ ଦେଇଛନ୍ତି।
ବିସ୍ଥାପିତ ଛାତ୍ରୀଛାତ୍ରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନ ଉପରେ ଶୀର୍ଷ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ଶିକ୍ଷାବର୍ଷ ହରାଇବାରୁ ବଞ୍ଚାଇବାକୁ ଯାଚିକାରେ ଉଲ୍ଲେଖ କରିଛନ୍ତି। ସିଜେଆଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଆବେଦନକାରୀଙ୍କ ପକ୍ଷରୁ ଆସିଥିବା ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଆରୋରାଙ୍କୁ ପ୍ରଥମେ ମଣିପୁର ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ କିନ୍ତୁ ପରେ ତାଙ୍କ ଯୁକ୍ତି ଗ୍ରହଣ କରିଥିଲେ।

ମୀନାକ୍ଷୀ ଆବେଦନକାରୀଙ୍କ ପକ୍ଷ ରଖିଛନ୍ତି ଯେ, ବିସ୍ଥାପିତ ଛାତ୍ରମାନେ ଦେଶର ବିଭିନ୍ନ ରାଜ୍ୟରେ ରହୁଛନ୍ତି ଏବଂ ମଣିପୁର ହାଇକୋର୍ଟଙ୍କ ନିକଟକୁ ଯିବା ସମ୍ଭବ ନୁହେଁ। ଆବେଦନକାରୀ, ୨୮୪ ଛାତ୍ର ଶିକ୍ଷାବର୍ଷର ଛଅ ମାସ ହରାଇ ସାରିଛନ୍ତି। ଏହି ଛାତ୍ରମାନେ ମଣିପୁର ବିଶ୍ୱବିଦ୍ୟାଳୟ ଆମି ୱେଲଫେୟାର ସୋସାଇଟି ସହାୟତାରେ କୋର୍ଟରେ ଯାଚିକା ଦାଖଲ କରିଛନ୍ତି।

ଚନ୍ଦ୍ରଚୂଡଙ୍କ ବେଞ୍ଚରେ ସାମିଲ ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମେହେଟ୍ଟା ଏବଂ ମଣିପୁର ଆଡଭୋକେଟ ଜେନେରାଲଙ୍କୁ ଆବେଦନରେ ଦର୍ଶାଯାଇଥିବା ଦାବିକୁ ଅନୁଧ୍ୟାନ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

Share