Categories: ଜାତୀୟ

ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା ଏବଂ ଏଚ୍‌ଆର୍‌ ମୁଖ୍ୟଙ୍କ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏରେ ଗିରଫ ମାମଲା: ଦିଲ୍ଲୀ ପୋଲିସକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୦: ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଏବଂ ଏଚ୍‌ଆର୍‌ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏରେ ଗିରଫ କରାଯିବାକୁ ବିରୋଧ କରି ସେମାନେ କରିଥିବା ଆବେଦନ ଆଧାରରେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ଜବାବ ମାଗିଛନ୍ତି। ପ୍ରବୀର ଓ ଅମିତ ଜେଲରେ ଥିବାରୁ ସେମାନଙ୍କ ଆବେଦନ ଶୀଘ୍ର ଶୁଣାଣି ହେବା ଆବଶ୍ୟକ ବୋଲି ସେମାନଙ୍କ ଓକିଲ କପିଲ ସିବଲ ଓ ଦେବଦତ୍ତ କାମାତ ଅଦାଲତଙ୍କୁ ନିବେଦନ କରିବା ପରେ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ ଦିଲ୍ଲୀ ପୋଲିସକୁ ନୋଟିସ ପଠାଇ ୩୦ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି।

ଭାରତର ସାର୍ବଭୌମତ୍ୱରେ ବ୍ୟାଘାତ ସୃଷ୍ଟି ଲାଗି ଚାଇନାରୁ ବିପୁଳ ପାଣ୍ଠି ନ୍ୟୁଜ୍‌କ୍ଲିକ୍‌ ନ୍ୟୁଜ୍‌ ପୋର୍ଟାଲରେ ବିନିଯୋଗ ହୋଇଥିବା ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଗତ ୩ ତାରିଖରେ ପ୍ରବୀର ଓ ଅମିତଙ୍କୁ ଗିରଫ କରିଥିଲା।

Share