Categories: ଜାତୀୟ

କୃଷ୍ଣ ଜନ୍ମଭୂମି ବିବାଦର ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ତିନି ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ,୨୧।୭: ମଥୁରା କୃଷ୍ଣ ଜନ୍ମଭୂମି ଜମି ବିବାଦ ସହ ଜଡିତ ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଅଫ ମ୍ୟାନେଜମେଣ୍ଟ ଟ୍ରଷ୍ଟ ଶାହି ମସଜିଦ ଇଦ୍‌ଗାହଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆବେଦନ ଉପରେ ଶୁଣାଣି ତିନି ସପ୍ତାହ ପରେ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Share