Categories: ଜାତୀୟ

ମଣିପୁର ହିଂସା ଉପରେ ରାଜ୍ୟ ସରକାରଙ୍କଠାରୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୭: ମଣିପୁର ହିଂସା ସମ୍ପର୍କରେ ସୁପ୍ରିମକୋର୍ଟ ମଣିପୁର ସରକାରଙ୍କ ଠାରୁ ଏକ ଅପଡେଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ଜୁଲାଇ ୧୦ସୁଦ୍ଧା ଏହି ରିପୋର୍ଟ ମଗାଯାଇଛି। ମଣିପୁରରେ ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଉଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କେତେ ରିଲିଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି, କେତେ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି? ବର୍ତ୍ତମାନ ଜୁଲାଇ ୧୦ରେ ଏହି ମାମଲାର ଶୁଣାଣି ହେବ। ମଣିପୁରରେ ହୋଇଥିବା ହିଂସାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଆବେଦନରେ ଆଦିବାସୀଙ୍କୁ ସେନାରୁ ସୁରକ୍ଷା ପାଇଁ ଦାବି କରାଯାଇଛି।

ଶେଷ ଶୁଣାଣିରେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା କଲିନ ଗୋନସାଲଭସ କୋର୍ଟଙ୍କୁ କହିଛନ୍ତି ଯେ ୭୦ ଆଦିବାସୀଙ୍କୁ ହତ୍ୟା କରାଯାଇଛି। ସରକାର ସୁରକ୍ଷାକୁ ବଜାୟ ରଖିବେ ବୋଲି ସରକାର ନିଶ୍ଚିତ କରିଥିବାବେଳେ ହିଂସାକୁ କୌଣସି ପ୍ରକାରେ ରୋକିବାରେ ବିଫଳ ହୋଇଛନ୍ତି। ମଣିପୁରର ପରିସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଏକ ଷ୍ଟାଟସ ରିପୋର୍ଟ ମାଗିଥିଲେ। ଆବେଦନକାରୀଙ୍କ ତରଫରୁ କଲିନ ଗୋନସାଲଭସ କହିଛନ୍ତି ଯେ ହିଂସା କମିବାରେ ନାଁ ଧରୁନାହିଁ। ଏପର୍ଯ୍ୟନ୍ତ ୧୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି।

Share