Posted inଜାତୀୟ

ଶରଦ ପାୱାରଙ୍କୁ ଝଟ୍‌କା ଦେଲେ ସୁପ୍ରିମକୋର୍ଟ: ଅଜିତଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଅଜିତ ପାୱାରଙ୍କୁ ଘଣ୍ଟା ନିର୍ବାଚନ ପ୍ରତୀକ ବ୍ୟବହାର ନ କରିବା ପିଟିଶନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିର୍ବାଚନ ପ୍ରତୀକ ଘଣ୍ଟା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଏନସିପି (ଶରଦ ପାୱାର) ଅକ୍ଟୋବର ୨ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ସୁପ୍ରିମକୋର୍ଟ ଅଜିତ ପାୱାରଙ୍କଠାରୁ ଲିଖିତ କାଗଜପତ୍ର ମାଗିଥିଲେ ଏବଂ ଏଥିରେ ଘଣ୍ଟା ପ୍ରତୀକ ସହିତ କୋର୍ଟରେ ବିଚାରାଧୀନ ଥିବା ଆଦେଶକୁ ସେ ପାଳନ କରିବେ ବୋଲି ଲେଖି ଦେବାକୁ କହିଥିଲେ।

ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଏନସିପିକୁ ପ୍ରକୃତ ଏନସିପି ଦଳ ବୋଲି ଘୋଷଣା କରିଥିଲେ ଏବଂ ଦଳର ପ୍ରତୀକ (ଘଣ୍ଟା) ବ୍ୟବହାର କରିବାର ଅଧିକାର ଦେଇଥିଲେ। କୋର୍ଟରେ ଯୁକ୍ତିତର୍କ ବେଳେ ଶରଦ ପାୱାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଛନ୍ତି, ମାର୍ଚ୍ଚରେ ହୋଇଥିବା ଶୁଣାଣିରେ ଆମ ପାଇଁ ତୂରୀ ପ୍ରତୀକ ବ୍ୟବହାର କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଜିତ ପାୱାରଙ୍କୁ ଘଣ୍ଟା ପ୍ରତୀକ ସହିତ ଲେଖିବାକୁ କୁହାଯାଇଥିଲା। ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି। ସେମାନେ ଏହାକୁ ସଠିକ ଭାବରେ ଅନୁସରଣ କରୁ ନାହିଁ। ଲୋକମାନେ ଶରଦ ପାୱାରଙ୍କୁ ଘଣ୍ଟା ପ୍ରତୀକ ଭାବେ ଜାଣନ୍ତି।

ଏହା ଉପରେ ଅଜିତ ପାୱାରଙ୍କ ଓକିଲ ବଲବୀର ସିଂ କହିଛନ୍ତି, ଲୋକସଭା ନିର୍ବାଚନ ସମୟରେ ସେମାନେ (ଶରଦ ପାୱାର ଗୋଷ୍ଠୀ) ମଧ୍ୟ ସମାନ କଥା କହିଥିଲେ। କୋର୍ଟ ଘଣ୍ଟା ପ୍ରତୀକ ଆମ ସହିତ ରହିବାକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଆମେ ଏହା ଶୁଣିବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’, ଭଉଣୀଙ୍କ ବିରୋଧରେ କାହିଁକି କୋର୍ଟ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ଅମରାବତୀ,୨୪।୧୦: ସେପ୍ଟେମ୍ବର ୨୦୨୪ରେ ଜଗନ ମୋହନ ରେଡ୍ଡୀଙ୍କୁ ଲେଖିଥିବା ଏକ ପତ୍ରରେ ତାଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଲା ସେମାନଙ୍କ ପିତା ପିତା ଓ୍ବାଇଏସ୍‌ ରାଜଶେଖରା ରେଡ୍ଡୀ...

ପ୍ରିୟଙ୍କା-ନଭ୍ୟାଙ୍କ ମଧ୍ୟରେ କାହାର ରହିଛି ଅଧିକ ଶିକ୍ଷାଗତ ଯୋଗ୍ୟତା? ଦୁହିଁଙ୍କ ମଧ୍ୟରେ କଡା ଟକ୍କର

ଓ୍ବାୟନାଡ,୨୪।୧୦: ୱାୟାନାଡ ଲୋକ ସଭା ଉପ-ନିର୍ବାଚନରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ବିପକ୍ଷରେ ଭାଜପା ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ନଭେମ୍ବର ୧୩ରେ ଏହି ଆସନରେ...

ପ୍ରାର୍ଥିପତ୍ର ଦାଖଲ କଲେ କଳ୍ପନା, ହେଲେ…

ରାଞ୍ଚି,୨୪।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ବୋହୂ କଳ୍ପନା ସୋରେନ ମାତ୍ର କିଛି ମାସ ପୂର୍ବରୁ ରାଜନୀତିରେ...

ସଲମାନଙ୍କୁ ୫ କୋଟି ଟଙ୍କାର ଧମକ ଦେଇ ପରିବା ବାଲା ଗିରଫ

ମୁମ୍ବାଇ,୨୪।୧୦: ମୁମ୍ବାଇ ପୋଲିସ ଜାମସେଦପୁରରୁ ଜଣେ ପରିବା ବିକାଳିଙ୍କୁ ଗିରଫ କରିଛି ଯିଏ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୪।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ...

ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା: ହାଇକୋର୍ଟ

ଚଣ୍ଡିଗଡ଼,୨୪ା୧୦(ପି.ଟି.): ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି। ଜଣେ ସ୍ବାମୀଙ୍କ ସପକ୍ଷରେ ପରିବାର ଅଦାଲତ ଜୁଲାଇରେ ଛାଡ଼ପତ୍ର...

ମହାବିକାଶ ଆଘାଡିରେ ଛିଡିଲା ଭାଗବଣ୍ଟା; ଏତିକି ଏତିକି ଆସନରେ ଲଢ଼ିବେ ସମସ୍ତ ଦଳ

ମୁମ୍ବାଇ,୨୩।୧୦:  ମହାରାଷ୍ଟ୍ର ନିର୍ବାଚନ ପାଇଁ ଆଉ କିଛି ସମୟ ବାକି ଅଛି ଏବଂ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ଆରମ୍ଭ ହୋଇଛି। ସେପଟେ ରାଜ୍ୟରେ ବିରୋଧୀ...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri