Categories: ଜାତୀୟ

ମାସିକ ନ୍ୟୁଜ୍‌ ଲେଟର ଆରମ୍ଭ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ସର୍ବୋଚ୍ଚ ଅଦାଲତରେ ଚାଲିଥିବା କାର୍ଯ୍ୟ ଓ ସଫଳତାର ପ୍ରଦର୍ଶନ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ମାସିକ ନ୍ୟୁଜ୍‌ ଲେଟର ଶୁଭାରମ୍ଭ କରିଛନ୍ତି। ଏହାର ଉଦ୍‌ଘାଟନୀ ସଂସ୍କରଣର ପ୍ରକାଶନ ସମ୍ପର୍କରେ ଘୋଷଣା କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ସୁପ୍ରିମକୋର୍ଟ କ୍ରୋନିକ୍ଲରେ ଅଦାଲତ କାହାଣୀର ଇତିହାସ, ଐତିହାସିକ ରାୟଗୁଡ଼ିକର ସମୀକ୍ଷା ଏବଂ ଶୀର୍ଷ ଅଦାଲତର ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବା ପାଇଁ ପୂର୍ବରୁ କାର୍ଯ୍ୟ କରିଥିବା ଓ ଏବେ କାର୍ଯ୍ୟରେ ନିୟୋଜିତ ଥିବା ଉଲ୍ଲେଖନୀୟ ବ୍ୟକ୍ତିବିଶେଷଙ୍କ ବିଷୟରେ ଜଣେ ଦେଖିପାରିବେ। ଏହି କ୍ରୋନିକ୍ଲ ସୁପ୍ରିମକୋର୍ଟର କାର୍ଯ୍ୟାବଳୀ ସୂଚନାର ଏକ ମୁଖ୍ୟ ଉତ୍ସ ହୋଇପାରିବ ବୋଲି ବିଶ୍ୱାସ ରହିଥିବା ସିଜେଆଇ କହିଛନ୍ତି।

Share