Categories: ଜାତୀୟ

କମଲନାଥଙ୍କୁ ଆଶ୍ୱସ୍ତି: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ରାୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ ।୧୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଷ୍ଟାର ପ୍ରଚାରକ ମାନ୍ୟତା ରଦ୍ଦ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ସୋମବାର ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଆବେଦନରେ କମଲନାଥ କହିଥିଲେ ଯେ ନିର୍ବାଚନ କମିଶନ ତାଙ୍କ ଆଇନଗତ ଅଧିକାରକୁ ଉଲ୍ଲଂଘନ କରିଛନ୍ତି । ସୂଚନାଯୋଗ୍ୟ, ନିର୍ବାଚନ କମିଶନ ଶୁକ୍ରବାର କମଲନାଥଙ୍କ ଷ୍ଟାର ପ୍ରଚାରକ ତାଲିକା ରଦ୍ଦ କରିବାର ନିଷ୍ପତ୍ତି ନେଇଥଲେ । ବାରମ୍ବାର ନିର୍ବାଚନ ପ୍ରଚାର ସମୟରେ ସେ ଆଚରଣ ସଂହିତାର ଉଲ୍ଲଂଘନ କରିଥିବା ଦର୍ଶାଯାଇଥିଲା । ତେବେ ଏହାକୁ ନେଇ କମଲନାଥ କହିଥିଲେ କୌଣସି ନେତାଙ୍କୁ ଷ୍ଟାର ପ୍ରଚାରକ କରିବା ଦଳର ନିଷ୍ପତ୍ତି ଏଥିରେ ନିର୍ବାଚନ କମିଶନ ହସ୍ତକ୍ଷେପ କରିପାରିବେ ନାହିଁ । ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଥମେ କମଲନାଥ ଜଣେ ଭାଜପା ନେତ୍ରୀଙ୍କୁ ଆଇଟମ କହି ଚର୍ଚ୍ଚାକୁ ଆସିଥିବା ବେଳେ ଏହାକୁ ନେଇ ଭାଜପା କମଲନାଥଙ୍କୁ ଟାର୍ଗେଟ କରିଥିଲା ।

Share