Categories: ଜାତୀୟ

ଘୃଣା ବିରୋଧରେ ପ୍ରେମର ବିଜୟ: କଂଗ୍ରେସ

ନୂଆଦିଲ୍ଲୀ,୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତ ମିଳିଛି। ମଧ୍ୟବର୍ତ୍ତୀକାଳୀନ ଆଦେଶରେ ସୁପ୍ରିମକୋର୍ଟ ‘ମୋଦୀ ଉପନାମ’ ମନ୍ତବ୍ୟ ଉପରେ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏହି ଆଦେଶ ପରେ କଂଗ୍ରେସ ଦଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଦଳ ଏହାକୁ ଗଣତନ୍ତ୍ରର ବିଜୟ ବୋଲି କହିଛି। ଦଳ ଏହାକୁ ଘୃଣା ବିରୋଧରେ ପ୍ରେମର ବିଜୟ ବୋଲି କହୁଛି।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଆଜିର ଦିନ ଖୁସିର ଦିନ। ଲୋକ ସଭା ବାଚସ୍ପତିଙ୍କୁ ଆଜି ଚିଠି ଲେଖିବି। ଗୃହରେ ଆମ ସମ୍ବିଧାନରେ ଲେଖା ହୋଇଛି। ସତ୍ୟମେବ ଜୟତେ! ଆଜି ଏହା ପ୍ରମାଣିତ ହୋଇଛି ଯେ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଷଡଯନ୍ତ୍ର ବିଫଳ ହୋଇଛି। ରାହୁଲ ଗାନ୍ଧୀଙ୍କ ପାଇଁ ଆଜି ସକାଳେ ପ୍ରାର୍ଥନା କରିଥିଲୁ। ଏହି ବିଜୟ ହେଉଛି ସତ୍ୟର ବିଜୟ। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ନେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ।

Share