Categories: ଜାତୀୟ

ଲଖିମପୁର ଖେରି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ,୬।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସମ୍ପୃକ୍ତି ଘଟଣାକୁ ସୁପ୍ରିମକୋର୍ଟ ନିଜ ହାତକୁ ନେଇଛନ୍ତି। ସିଜେଆଇ ଏନ୍‌ ଭି ରମନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗୁରୁବାର ଏହି ଘଟଣାର ଶୁଣାଣି କରିବେ।

ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସା ଘଟଣାରେ ଉତ୍ତରପ୍ରଦେଶ ପୋଲିସର ସନ୍ଦେହଜନକ ତଦନ୍ତ ଓ ବିଭିନ୍ନ ମିଡିଆ ରିପୋର୍ଟକୁ ଦୃଷ୍ଟିରେ ରଖି କୋର୍ଟ ଏହି ମାମଲକୁ ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ୟୁପିର ୨ ଜଣ ଓକିଲ ସିଜେଆଇଙ୍କୁ ପତ୍ର ଲେଖିଥିଲେ।

ଉଲ୍ଲେଖଯୋଗ୍ୟ, ଲଖିମପୁର ଖେରି ଘଟଣା ବୁଧବାର ଦିନ ତମାମ ଚର୍ଚ୍ଚାରେ ଥିଲା। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଅଟକ ରଖାଯାଇଥିଲା। ଶେଷରେ ରାହୁଲଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବର ଚରନଜିତ ସିଂ ଚାନ୍ନିଙ୍କୁ ଲଖିମପୁର ଖେରି ଅଞ୍ଚଳକୁ ଯିବାକୁ ଅନୁମତି ମିଳିଥିଲା।

Share