Categories: ଜାତୀୟ

ଧାର୍ମିକ ନାମ-ପ୍ରତୀକ ବ୍ୟବହାର ନେଇ ସୁପ୍ରିମ୍‌କୋର୍ଟଙ୍କ କଠୋର ଆଭିମୁଖ୍ୟ, ଇସିଙ୍କୁ ନୋଟିସ୍‌…

ନୂଆଦିଲ୍ଲୀ, ୫।୯ : ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରକୃତରେ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରିବାକୁ ନେଇ ରାଜନୈତିକ ଦଳ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଏହାର ବିଚାର କରି ଶୀର୍ଷ ଅଦାଲତ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୟଦ ୱାସିମ ରିଜଭିଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ପଦକ୍ଷେପ ନେଇଛନ୍ତି। ଯେଉଁ ରାଜନୈତିକ ଦଳମାନେ ନିଜ ନାମରେ ଧାର୍ମିକ ପ୍ରତୀକ ବ୍ୟବହାର କରୁଛନ୍ତି ସେମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଉ ବୋଲି ଏହି ଆବେଦନରେ ଦାବି କରାଯାଇଛି।

ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮ ରେ ହେବ। ରାଜନୈତିକ ଦଳଗୁଡ଼ିକୁ ପକ୍ଷକାର କରିବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ଗୌରବ ଭାଟିଆ କହିଛନ୍ତି ଯେ ରାଜନୈତିକ ଦଳମାନେ ଧାର୍ମିକ ନାମ ବ୍ୟବହାର କରିପାରିବେ କି? ଗୌରବ ଭାଟିଆ କହିଛନ୍ତି ଯେ କେତେକ ରାଜନୈତିକ ଦଳ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଛନ୍ତି।

Share