Categories: ଜାତୀୟ

ମଣିପୁର ମହିଳାଙ୍କ ଭିଡିଓ ଭାଇରାଲ ମାମଲା: ଶୁଣାଣି ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୩୧।୭: ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ମାମଲାର ଶୁଣାଣି ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି।

ସର୍ବୋଚ୍ଚ ଅଦାଲତରେ ଶୁଣାଣି ସମୟରେ ପୀଡିତା ମହିଳାଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ, ମହିଳାଙ୍କ ମାମଲାରେ ସିବିଆଇ ଯାଞ୍ଚ ଏବଂ ମାମଲାକୁ ଆସାମକୁ ହସ୍ତାନ୍ତର କରୁଥିବା ବିରୋଧରେ ଅଛନ୍ତି। ସିବଲ ଆହୁରି କହିଛନ୍ତି ଯେ, ପୀଡ଼ିତା ମହିଳାଙ୍କ ମଧ୍ୟରୁ ଜଣେଙ୍କର ବାପା ଏବଂ ଭାଇଙ୍କୁ ହତ୍ୟା କରାଯାଇଛି। ସେମାନଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳିନାହିଁ। ସେ କହିଛନ୍ତି ଯେ ଜିରୋ ଏଫ୍‌ଆଇଆର ମେ’ ୧୮ରେ ପଞ୍ଜୀକୃତ ହୋଇଥିଲା।

Share