Categories: ଜାତୀୟ

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲେ ଟିଏମସି ନେତା, ମେ’୨୬ରେ ଶୁଣାଣି

ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀ ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାକୁ ମଧ୍ୟ ଦାବି କରିଛନ୍ତି। ତେବେ ସୁପ୍ରିମକୋର୍ଟ ୨୬ ମେ’ରେ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି।

ଟିଏମସି ନେତା ଅଭିଷେକ ବାନାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇର ସମନକୁ ବିରୋଧ କରିଛନ୍ତି। ଗତ ୧୮ ତାରିଖରେ ସିବିଆଇ ଏବଂ ଇଡି ଯାଞ୍ଚରୁ ବର୍ତ୍ତିବାକୁ ଅଭିଷେକ ବାନାର୍ଜୀ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ଅଭିଷେକ ତଦନ୍ତର ସମ୍ମୁଖୀନ ହେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଯାହାକୁ ଚ୍ୟାଲେଞ୍ଜ କରି ସେ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share