Categories: ଜାତୀୟ

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ପୂର୍ବତନ ଯବାନଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୪ ।୧୧: ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ବିଏସ୍‌ଏଫ୍‌ର ପୂର୍ବତନ ଯବାନ ତେଜ ବାହାଦୂରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟ୍‌କା ଲାଗିଛି । ୨୦୧୯ରେ ଲୋକ ସଭା ନିର୍ବାଚନରେ ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସୀମା ସୁରକ୍ଷାବଳରୁ ବହିସ୍କୃତ ହୋଇଥିବା ଯବାନ ତେଜ ବାହାଦୂରଙ୍କ ପ୍ରାର୍ଥୀପତ୍ର ରଦ୍ଦ ମାମଲାର ଆବେଦନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ତେଜ ବାହାଦୂର ତାଙ୍କ ଆବେଦନରେ ଅଭିଯୋଗ ଆଣିଥିଲେ କି ମୋଦିଙ୍କ ଚାପ ଯୋଗୁ ଭୁଲ୍ ଉପାୟରେ ନିର୍ବାଚନ ଅଧିକାରୀ ତାଙ୍କ ପ୍ରାର୍ଥିପତ୍ରକୁ ରଦ୍ଦ କରି ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ୧୮ ନଭେମ୍ବରରେ ଏହି ମାମଲାର ଶୁଣାଣି କରିଥିଲେ । ମଙ୍ଗଳବାର କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଅପରିବର୍ତ୍ତିତ ରଖିଛନ୍ତି ।

Share