Categories: ଜାତୀୟ

ପୋଲିସଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌: ସୀମା ଅତିକ୍ରମ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ, ୨୯।୧୦: ସୋସିଆଲ୍‌ ମିଡ଼ିଆରେ କରାଯାଉଥିବା ପୋଷ୍ଟକୁ ନେଇ ସୁପ୍ରିମ୍‌କୋର୍ଟ ପୋଲିସଙ୍କୁ ତାଗିଦ୍‌ କରିଛନ୍ତି। ଲୋକଙ୍କୁ ଏନେଇ ଅଯଥା ହଇରାଣ ନ କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। ପୋଲିସ ନିଜର ସୀମା ଅତିକ୍ରମ ନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ସରକାରଙ୍କ ବିରୋଧରେ ମତ ପୋଷଣ କରି ପୋଷ୍ଟ କରାଯାଉଥିବା ୟୁଜରଙ୍କୁ ଦେଶର ଯେ କୌଣସି ଅଞ୍ଚଳରୁ ପଚରାଉଚରା ପାଇଁ ଡକାଇବାକୁ ସୁପ୍ରିମ୍‌କୋର୍ଟ ନା ପସନ୍ଦ କରିଛନ୍ତି। ଏନେଇ ମାମଲା ଦାଏର କରାଯିବା ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗର କୋଲକାତାର ବାଲିଗଞ୍ଜ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାରେ ପୋଲିସ ପକ୍ଷରୁ ଦିଲ୍ଲୀରେ ବାସ କରୁଥିବା ରୋଶନୀ ବିଶ୍ୱାସଙ୍କୁ ସମନ ଜାରି କରିଥିଲେ। ରୋଶନୀ ସୋସିଆଲ୍‌ ମିଡ଼ିଆ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାର ବିଚାର କରି ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି।

Share