Posted inଜାତୀୟ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ମୁସଲମାନ ମହିଳା ପାଇବେ ଭରଣପୋଷଣ ଟଙ୍କା

ନୂଆଦିଲ୍ଲୀ,୧୦।୭: ଏଣିକି ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା। ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ। ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ CRPC ର ଧାରା ୧୨୫ ଅନୁଯାୟୀ ନିଜ ସ୍ବାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ଦାବି ନେଇ ଯାଚିକା ଦାଖଲ କରିପାରିବେ।

ଜଷ୍ଟିସ ବିୱି ନାଗରତ୍ନା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସିହ ଏହି ଯାଚିକାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଛନ୍ତି, କେତେକ ସ୍ବାମୀ ଜାଣି ନାହାଁନ୍ତି ଯେ ସେମାନଙ୍କ ସ୍ତ୍ରୀ ଜଣେ ଗୃହିଣୀ, କିନ୍ତୁ ଏହି ଗୃହିଣୀଙ୍କ ପରିଚୟ ଭାବପ୍ରବଣ ତଥା ଅନ୍ୟାନ୍ୟ ଉପାୟରେ ସେମାନଙ୍କ ଉପରେ ହିଁ ନିର୍ଭର କରେ।

କୋର୍ଟ କହିଛନ୍ତି, ଜଣେ ଭାରତୀୟ ବିବାହିତା ମହିଳା ସଚେତନ ହେବା ଉଚିତ ଯେ ସେ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ନୁହଁନ୍ତି। ଆଜିର ଶୁଣାଣିରେ ଆମେ ୨୦୧୯ ଅଧିନିୟମ ଅନୁଯାୟୀ ‘ବେଆଇନ ଛାଡପତ୍ର’ର ଦିଗ ଯୋଡିଛୁ। ଆମେ ଏକ ପ୍ରମୁଖ ସିଦ୍ଧାନ୍ତରେ ପହଞ୍ଚିଛୁ ଯେ, CRPC ର ଧାରା ୧୨୫ କେବଳ ବିବାହିତ ମହିଳାଙ୍କ ନୁହେଁ ସମସ୍ତ ମହିଳାଙ୍କ ପାଇଁ ଲାଗୁ ହେବ।

ସୁପ୍ରିମକୋର୍ଟର ଏକ ଡବଲ ବେଞ୍ଚ ଜଣେ ମୁସଲମାନ ବ୍ୟକ୍ତିଙ୍କ ଯାଚିକା ଖାରଜ କରି ଦେଇଛନ୍ତି। ଯେଉଁଥିରେ ସେ ସିଆରପିସି ଧାରା ୧୨୫ ଅନୁଯାୟୀ ଛାଡପତ୍ର ଦେଇଥିବା ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ମୁସଲିମ ମହିଳା ଅଧିନିୟମ, ୧୯୮୬ ଧାରା ୧୨୫ ର ବ୍ୟବସ୍ଥାକୁ ରଦ୍ଦ କରାଯିବ ନାହିଁ।

ସୂଚନାଥାଉ କି, ଜଣେ ମୁସଲମାନ ମହିଳା ଆଗା ସ୍ବାମୀଙ୍କୁ ଭରଣପୋଷଣ ଟଙ୍କା ଦାବିକରି ଏକ ପିଟିସନ ଦାଖଲ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ ଏକ ଅନୁରୋଧ କରାଯାଇଥିଲା ଯେ, ପ୍ରତି ମାସରେ ସେ ସ୍ବାମୀଙ୍କ ଠାରୁ ୨୦ହଜାର ଟଙ୍କା ଭରଣପୋଷଣ ଟଙ୍କା ପାଇବାକୁ ଚାହାନ୍ତି। ଯାହାକୁ ମିଳିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ।

ସୂଚନାଯୋଗ୍ୟ, ୧୯୮୫ର ଶାହବାନୋ ମାମଲା ପରଠାରୁ ସୁପ୍ରିମକୋର୍ଟ କ୍ରମାଗତ ଭାବରେ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଛାଡପତ୍ର ନେଇଥିବା ମୁସଲମାନ ମହିଳାମାନେ ରକ୍ଷଣାବେକ୍ଷଣର ଅଧିକାର ପାଇଛନ୍ତି। ଶାହାବାନୋ ନିଷ୍ପତ୍ତିକୁ ସରକାର ଖାରଜ କରିଦେଇଥିଲେ, ହେଲେ ଏହା ପରେ ସୁପ୍ରିମକୋର୍ଟ ତିନ ତାଲାକ ନିଷ୍ପତ୍ତିରେ ମୁସଲମାନ ମହିଳାମାନଙ୍କର ରକ୍ଷଣାବେକ୍ଷଣ ଦିଗକୁ ସ୍ପଷ୍ଟ କରିଥିଲେ। ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ସୁବିଧା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେବେଠାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଆସୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଆକ୍ରମଣରେ ଗାଈର ମୃତ୍ୟୁ ସନ୍ଦେହ

ଲାଞ୍ଜିଗଡ଼,୨୮ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ କାନକୁଟରୁଠାରେ ରବିବାର ବାଘ ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।...

ମେ ୨ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା, ଆଲର୍ଟ ଜାରି

ଭୁବନେଶ୍ୱର,୨୮।୪: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମେ ୨ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ ୨୯...

କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଭାରତ, ବଡ଼ ବୟାନ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ କାଶ୍ମୀରରେ ପର୍ଯ୍ୟଟକମାନଙ୍କ ଉପରେ ହୋଇଥିବା ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ...

ଅଶ୍ୱିନଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୮ା୪: ଅବସରପ୍ରାପ୍ତ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ...

ରାଜା ଚକ୍ର ମାମଲା: କ୍ରାଇମ ବ୍ରାଞ୍ଚର ତଦନ୍ତ ଜୋରଦାର

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବ ଶୀଘ୍ର ଚାର୍ଜ...

ଗଛକଟାକୁ ନେଇ ଉତ୍ତେଜନା

ବୈଶିଙ୍ଗା,୨୮ା୪(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ବନପାଳ କ୍ଷେତ୍ର ଅନ୍ତର୍ଗତ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଗତ ୧୯ ତାରିଖରେ କାଳବୈଶାଖୀ ପ୍ରଭାବରେ ଉପୁଡ଼ି ପଡ଼ିଥିବା ଗଛକୁ...

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ।...

ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image