Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ବଡ ରାୟ; ଟ୍ରେନରେ ଯାତ୍ରାବେଳେ ନିଜର ଜିନିଷ ହଜିଲେ କରିପାରିବେନି ଅଭିଯୋଗ

ନୂଆଦିଲ୍ଲୀ,୧୭।୬: ଟ୍ରେନରେ ନିୟମିତ ଯାତ୍ରା କରୁଛନ୍ତି କି। ଟ୍ରେନ୍‌ ଯାତ୍ରାବେଳେ ଏଥର ନିଜର ଲଗେଜ ସହ ନିଜ ପର୍ସ, ବ୍ୟାଗ୍‌, ଟଙ୍କା ଏବଂ ଜିନିଷପତ୍ର ସଜାଡି ରଖନ୍ତୁ। ଯଦି ଏସବୁ ଚୋରି ହୁଏ ତେବେ ଆପଣ ନିଜେ ଏଥିପାଇଁ ଦାୟୀ ରହିବେ। ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ଯଦି ଆପଣଙ୍କର କୌଣସି ଦ୍ରବ୍ୟ କିମ୍ବା ଟଙ୍କା ଚୋରି ହୁଏ, ତେବେ ଆପଣ ଏଥିପାଇଁ ରେଳବିଭାଗକୁ ଦାୟୀ କରିପାରିବେ ନାହିଁ। ଆପଣ ନିଜ ଟଙ୍କା ଏବଂ ଜିନିଷପତ୍ରର ଯତ୍ନ ନେବାକୁ ପଡିବ।

ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି, ଟ୍ରେନରେ ଯାତ୍ରୀଙ୍କର କୌଣସି ଜିନିଷ ଚୋରି ହେଲେ ରେଳ ବିଭାଗକୁ ଅଭିଯୋଗ କରିପାରିବେ ନାହିଁ। ଯେତେବେଳେ ଯାତ୍ରୀମାନେ ସେମାନଙ୍କର ଜିନିଷର ସୁରକ୍ଷା କରିପାରିବେ ନାହିଁ, ତେବେ ଚୋରି ମାମଲାରେ ରେଳବାଇର ସେବାରେ ଆଙ୍ଗୁଠି ଉଠାଇବା ଠିକ୍‌ ନୁହେଁ।

ସୂଚନାଯୋଗ୍ୟ, ସୁରେନ୍ଦ୍ର ଭୋଲା ନାମକ ଜଣେ ବ୍ୟବସାୟୀ କାଶୀ ବିଶ୍ୱନାଥ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଉଥିଲେ। ତାଙ୍କ ପକେଟ୍‌ରେ ୧ଲକ୍ଷ ଟଙ୍କା ଥିଲା। ୨୮ତାରିଖରେ ଦିଲ୍ଲୀରେ ପହଞ୍ଚିବା ପରେ ସେ ଦେଖିଲେ ଯେ, ତାଙ୍କ ପକେଟ୍‌ ଚିରି ଯାଇଛି। ଏବଂ ତାଙ୍କର ୧ଲକ୍ଷ ଟଙ୍କା ଚୋରି ହୋଇଯାଇଛି। ଏନେଇ ଜାତୀୟ ଉପଭୋକ୍ତା ନମ୍ବରରେ ଅଭିଯୋଗ କରିଥିଲେ। ଏଥିସହ ସେ ରେଳବିଭାଗକୁ ଚୋରି ନେଇ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ।

 

Share