ନୂଆଦିଲ୍ଲୀ,୨୭ା୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ଚ୍ୟାଲେଞ୍ଜ କରି ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ. କବିତା ଦାଏର କରିଥିବା ପିଟିଶନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଗିରଫଦାରିରୁ ବର୍ତ୍ତିବା ଲାଗି ବିଆର୍ଏସ୍ ବିଧାନ ପରିଷଦ ସଦସ୍ୟ କବିତାଙ୍କ ଆବେଦନ ଖାରଜ ହୋଇଯାଇଛି। ତାଙ୍କୁ କୌଣସି ପ୍ରକାର ଅନ୍ତରୀଣ ସୁରକ୍ଷା ଦେବାକୁ ଜଷ୍ଟିସ୍ ଅଜୟ ରସ୍ତୋଗୀ ଏବଂ ବେଲା ଏମ୍. ତ୍ରିବେଦୀଙ୍କ ଖଣ୍ଡପୀଠ ମନା କରିଦେଇଛନ୍ତି। କବିତାଙ୍କ ଅନ୍ୟ ଆବେଦନର ଶୁଣାଣି ୩ ସପ୍ତାହ ପରେ ହେବ। ମହିଳାଙ୍କୁ ଜେରା ପାଇଁ ଇଡି କାର୍ଯ୍ୟାଳୟକୁ ଯିବା ଲାଗି ସମନ କରାଯାଇପାରିବ ନାହିଁ। ତାଙ୍କୁ ନିଜ ବାସଭବନରେ ଜେରା କରାଯିବାକୁ କବିତା ଆବେଦନ କରିଥିଲେ।