Categories: ଜାତୀୟ

ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବିରୋଧ ମାମଲା, ଶୁକ୍ରବାର ଶୁଣାଣି କରିବେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୮।୭ : ଇଡ଼ି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଦାଖଲ ହୋଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ କରାଯାଇଥିବା ଦାବିକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଖୁବ ଶୀଘ୍ର ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତୁତ ଅଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି କରିବେ। ଆଇନଜୀବୀ ଏହି ମାମଲାକୁ ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଶୁକ୍ରବାର ଏହାର ଶୁଣାଣି ହେବ ବୋଲି ରମନା କହିଛନ୍ତି।

କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଅଧିନିୟମରେ ସଂଶୋଧନ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଗତ ବର୍ଷ ଏକ ଅଧ୍ୟାଦେଶ ଆଣିଥିଲେ। ବର୍ତ୍ତମାନର ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ୫ ନଭେମ୍ବର ୨୦୨୨ ରେ ଶେଷ ହେଉଛି। ଏହି ଆବେଦନରେ କୁହାଯାଇଛି ଯେ ଏହା ସେପ୍ଟେମ୍ବର ୨୦୨୧ରେ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ କରୁଛି। ଯେଉଁଥିରେ କୋର୍ଟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ଅଧିକ ନ ବଢ଼ାଇବାକୁ କହିଥିଲେ।

Share