Categories: ଜାତୀୟ

ହିଜାବ ଶୁଣାଣି କରିବେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୩।୭ : ଆସନ୍ତା ସପ୍ତାହରେ କର୍ନାଟକ ହିଜାବ ନିଷେଧ ମାମଲାର ଶୂଣାଣି ସୁପ୍ରିମକୋର୍ଟ କରିବେ। ପ୍ରଧାନ ବିଚାରପତି ଏନଭି ରମନା କହିଛନ୍ତି ଯେ ଉପଯୁକ୍ତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ହେବ। ପ୍ରକୃତରେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ହିଜାବ ମାମଲାରେ ମୂଳ ଆବେଦନକାରୀ ବାଳିକା ଏବଂ ଅନ୍ୟମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହି ମାମଲାରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ହିଜାବ ନିଷେଧାଦେଶ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଶୁଣାଣି ଏଣିକି ଶୀର୍ଷକୋର୍ଟରେ ହେବ।

କର୍ନାଟକ ହାଇକୋଟ ଏହି ମାମଲାରେ ଏହି ରାୟ ଦେଇଛନ୍ତି ଯେ,ହିଜାବ ପିନ୍ଧିବା ଇସଲାମ ଧର୍ମର ବାଧ୍ୟତାମୂଳକ ଅଭ୍ୟାସର ଏକ ଅଂଶ ନୁହେଁ। ୟୁନିଫର୍ମ ଭାବେ ଏହାକୁ ନିଶ୍ଚିତ କରିବା ମୌଳିକ ଅଧିକାର ଉପରେ ଏକ ପ୍ରତିବନ୍ଧକ। କର୍ନାଟକ ସରକାରଙ୍କ ଆଦେଶ ଉପରେ ହାଇକୋର୍ଟ ମୋହର ଲଗାଇଥିଲେ। ହିଜାବ ନିଷେଧ ବିରୋଧରେ ଆବେଦନକୁ ଖାରଜ କରାଯାଇଥିଲା। ସରକାରୀ ଆଦେଶ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ।

Share